Advertisment

Loot In Nabarangpur: ସଉଦା ମାଗିବାକୁ ଆସି ଦୋକାନୀଙ୍କ ବେକରୁ ଝାମ୍ପି ନେଲେ

ସରୋଜିନୀଙ୍କ ପାଖକୁ ଆସିଥିବା ଯୁବକ ଜଣକ ସଉଦା ମାଗିଥିଲେ। ଆଉ ସରୋଜିନୀ ସାମଗ୍ରୀ ଆଣିବା ପାଇଁ ଦୋକାନ ଭିତରକୁ ଯାଉଥିବା ବେଳେ ଦୁର୍ବୃତ୍ତ ଜଣକ ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ। ଯାହାର ଓଜଳ ୧୫ ଗ୍ରାମ ହେବ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Loot

Loot

Advertisment

ଦିନ ଦି’ପହରରେ ଲୁଟ୍‌। ସଉଦା ନେବା ବାହାନାରେ ଦୋକାନୀଙ୍କ ବେକରୁ ଝାମ୍ପି ନେଲେ ଦୁର୍ବୃତ୍ତ। ଆଜି ମଧ୍ୟାହ୍ନରେ ଏପରି ଘଟଣା ନବରଙ୍ଗପୁର ସଦର ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ଗାଁରେ ରହିଛି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ। ସେହି ବ୍ୟାଙ୍କ ପାଖରେ ରହିଛି ପ୍ରଶାନ୍ତ ପାତ୍ରଙ୍କ ଦୋକାନ। ଆଜି ଶ୍ରୀ ପାତ୍ର ସଉଦା ଆଣିବା ପାଇଁ ନବରଙ୍ଗପୁର ସଦର ମହକୁମା ଯାଇଥିଲେ। ତେଣୁ ତାଙ୍କ ପତ୍ନୀ ସରୋଜିନୀ ଦୋକାନରେ ବସି ବିକ୍ରିବଟା କରୁଥିଲେ। ମଧ୍ୟାହ୍ନରେ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ସରୋଜିନୀଙ୍କ ଦୋକାନ ଆଗରେ ଛିଡ଼ା ହୋଇଥିଲେ। ସେମାନଙ୍କ ଭିତରୁ ଜଣେ ସଉଦା ନେବା ବାହାନାରେ ଦୋକାନକୁ ଯାଇଥିବା ବେଳେ ଆଉ ଜଣେ ଗାଡ଼ି ଷ୍ଟାଟ୍‌ କରି ଛିଡ଼ା ହୋଇଥିଲେ।

ଅଧିକ ବଢ଼ନ୍ତୁ: ଝିଅ ପାଇଁ ବାପାର ଶବକୁ ଦଣ୍ଡ ଦେଲେ ଗ୍ରାମବାସୀ, ଛାତି ଫଟାଇ କାନ୍ଦୁଛି ସ୍ତ୍ରୀ...

Advertisment

ସରୋଜିନୀଙ୍କ ପାଖକୁ ଆସିଥିବା ଯୁବକ ଜଣକ ସଉଦା ମାଗିଥିଲେ। ତେଣୁ ସରୋଜିନୀ ସଉଦା ଆଣିବା ପାଇଁ ଦୋକାନ ଭିତରକୁ ଯାଉଥିବା ବେଳେ ଦୁର୍ବୃତ୍ତ ଜଣକ ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ। ଯାହାର ଓଜନ ୧୫ ଗ୍ରାମ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ତାଙ୍କ ସ୍ୱାମୀ ପ୍ରଶାନ୍ତ ଡଙ୍ଗରଭେଜା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଦୁର୍ବୃତ୍ତଙ୍କ ପତ୍ତା ପାଉନି ପୋଲିସ୍‌।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏପରି ଲୁଟ୍‌ ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏମିତି ଲୁଟ୍‌ ଘଟିଛି। ଏନେଇ ବାରମ୍ୱାର ଅଭିଯୋଗ ହେଉଥିଲେ ସୁଦ୍ଧା ପୋଲିସ୍‌ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେଉନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକଶ ପାଉଛି।

Advertisment

ଅଧିକ ବଢ଼ନ୍ତୁ: ଡାକ୍ତର ହେବ ତ ଏମିତି; ଦେହରେ ଲାଗିଥିଲା ସଲାଇନ୍‌; ଜାରି ରଖିଥଲେ ରୋଗୀ ସେବା

Nabarangpur Loot Crimes In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ