/odishatv-khabar/media/post_attachments/uploadimage/library/16_9/16_9_0/death_1663751254.jpg)
death
ରାଜଧାନୀରେ ବିଷ ପିଇ ୨ ଜଣ ଜୀବନ ହାରିଛନ୍ତି । ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ଏହି ଅଘଟଣ ଘଟିଛି । ଉଭୟ ମୃତକ ସ୍ୱାମୀ, ସ୍ତ୍ରୀ ଭାବେ ଗୋଟିଏ ଘରେ ରହି ଆସୁଥିବା ସୂଚନା ମିଳିଛି । ଉଭୟ ପୂର୍ବରୁ ବିବାହିତ ହୋଇଥିବା ବେଳେ ପୁରୁଷ ଜଣଙ୍କ ନିଜ ପତ୍ନୀଙ୍କୁ ଓ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ବସ୍ତିରେ ରହୁଥିଲେ । ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ । ପାରିବାରିକ କଳହ ପାଇଁ ଦୁହେଁ ବିଷ ପିଇ ଦେଇଥିବା ସୂଚନା ମିଳିଛି ।
ମୃତକମାନେ ହେଲେ ସୋମନାଥ ସାହୁ ଓ ସୁଲୋଚନା ନାୟକ । କିଛିଦିନ ହେଲା ଫୁଲେଶ୍ଵରି ବସ୍ତିରେ ଦୁହେଁ ରହୁଥିଲେ । ତେବେ ଏନେଇ ସୋମନାଥଙ୍କ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା । ଏହାକୁ ନେଇ ଅସନ୍ତୋଷ ଓ ମାନସିକ ଅଶାନ୍ତି ବଢ଼ିଯାଇଥିଲା । ଆଉ ଶେଷରେ ସୋମନାଥ ଓ ସୁଲୋଚନା ବିଷ ପିଇ ଦେଇଛନ୍ତି ।
ବିଷ ପିଇବା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି । ପୋଲିସ୍ ଘଟଣାର ତଦନ୍ତ ପାଇଁ ପହଞ୍ଚିଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)