• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ୍ । ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ଟାଙ୍କିରୁ ଗତ ରାତିରେ ଲୁଟିଛନ୍ତି ଦୁର୍ବୃତ୍ତ । ମାଉଜର ଦେଖାଇ ଫାଙ୍କା ଗୁଳି ଚାଳନା କରି ଦୁର୍ବୃତ୍ତମାନେ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

୩ ଜଣ ଦୁର୍ବୃତ୍ତ ଏକ ପଲ୍‌ସର୍‌ ବାଇକ୍‌ରେ ଆସି ପ୍ରଥମେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ପରେ ଫାଙ୍କା ଗୁଳିଚାଳନା କରି ଟଙ୍କା ଲୁଟିଥିଲେ । ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଦୃଶ୍ୟ । ଜଙ୍କିଆ ଥାନା ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଛାନ୍‌ଭିନ୍‌ କରୁଛି ।