Advertisment

Divorce:ଥାନା ଆଗରେ ତିନି ତଲାକ ଘଟଣା, ପଞ୍ଚାୟତର କଠୋର ନିଷ୍ପତ୍ତି

ସେମାନେ ଉବୈଶ ଏବଂ ତାଙ୍କ ଭାଇ ଅବଦୁଲ୍ଲାଙ୍କୁ ଥାନାରେ ଗୋଇଠା ମାରିଥିଲେ। ଏହି ଘଟଣା ବିବାଦକୁ ଅଧିକ ବଢ଼ାଇ ଦେଇଥିଲା। ଏହାକୁ କେନ୍ଦ୍ର କରି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଥାନାରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ଉବୈଶ ରାଗି ଯାଇ ଥାନା ସାମନାରେ ଗୁଲିସ୍ତାଙ୍କୁ ତିନି ତଲାକ ଦେଇଥିଲେ।

ଅଦ୍ୟତନ ହୋଇଛି
Triple Talaq

Triple Talaq

Advertisment

ବେଳେ ବେଳେ ଦାମ୍ପତ୍ୟ ଜୀବନରେ ଏମିତି ଝଡ଼ ଉଠେ ଯେ, ଏ ସମ୍ପର୍କ ଯୋଡ଼ି ହୁଏନି। ଉତ୍ତରପ୍ରଦେଶର ମୀରଟର ଲିସାଡି ଗେଟ୍ ଥାନା ସାମନାରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚାକୁ ଆସିଛି। ଥାନା ସାମନାରେ ସ୍ବାମୀ ନିଜ ପତ୍ନୀଙ୍କୁ ତିନ୍ ତଲାକ୍ ଦେଇଛନ୍ତି। ଦୀର୍ଘ ଦିନର ବୈବାହିକ ଜୀବନରେ ବଢ଼ିଥିବା ଫାଟ ଶେଷରେ ତିନି ତଲାକ ରୂପ ନେଇଛି। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଥିଲା ।

ସାଉଦି ଯିବା ପରେ ବଢ଼ିଲା ଦୂରତା

ଉତ୍ତର ପ୍ରଦେଶ ମୀରଟର ଏ ଘଟଣା । ବୁଲନ୍ଦସରର ବାସିନ୍ଦା ଉବୈଶ ଓ ଲିସାଡି ଗେଟର ଜାମିଆ ଚୌକର ବାସିନ୍ଦା ଗୁଲିସ୍ତା। ସେ ହେଉଠି । ଉଭୟ ଦେଢ଼ ବର୍ଷ ତଳେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଉବୈଶ ସାଉଦି ଆରବ ଚାଲି ଯାଇଥିଲେ। ସେଠାରେ ସେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ। ସେ ସାଉଦିରେ ରହୁଥିବା ବେଳେ ପତ୍ନୀଙ୍କୁ କିନ୍ତୁ ସାଙ୍ଗରେ ନେଇନଥିଲେ। ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ପତ୍ନୀଙ୍କୁ ଦୂରେଇ ରଖିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଦମ୍ପତିଙ୍କ ମଧ୍ୟରେ ବିବାଦ ବଢ଼ିଥିଲା।

ଥାନା ସାମାନାରେ ଏମିତି ଦେଲେ ତିନି ତଲାକ୍
 

Advertisment

ଗତ ମାର୍ଚ୍ଚ ୯ ତାରିଖରେ ଗୁଲିସ୍ତା ତାଙ୍କ ସ୍ୱାମୀ ଉବୈଶ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଲିସାଡି ଗେଟ୍ ଥାନାରେ ସଂଗୀନ ଅଭିଯୋଗ କରିଥିଲେ। ଅଭିଯୋଗ ହେବାର ଦୁଇ ଦିନ ପରେ ପୋଲିସ ଅଭିଯୁକ୍ତ ଉବୈଶ ଏବଂ ତାଙ୍କ ଭାଇଙ୍କୁ ହେପାଜତକୁ ନେଇଥିଲା। ଅଭିଯୁକ୍ତକୁ ହେପାଜତକୁ ନେବା ପରେ ଗୁଲିସ୍ତାଙ୍କ ପକ୍ଷରୁ ୱାର୍ଡ କାଉନସିଲର ମୁସ୍ତାଫା ଥାନାରେ ପହଞ୍ଚିଥିଲେ। ସେମାନେ ଉବୈଶ ଏବଂ ତାଙ୍କ ଭାଇ ଅବଦୁଲ୍ଲାଙ୍କୁ ଥାନାରେ ଗୋଇଠା ମାରିଥିଲେ। ଏହି ଘଟଣା ବିବାଦକୁ ଅଧିକ ବଢ଼ାଇ ଦେଇଥିଲା। ଏହାକୁ କେନ୍ଦ୍ର କରି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଥାନାରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ଉବୈଶ ରାଗି ଯାଇ ଥାନା ସାମନାରେ ଗୁଲିସ୍ତାଙ୍କୁ ତିନି ତଲାକ ଦେଇଥିଲେ।

ପଞ୍ଚାୟତ ନେଲା କଠୋର ନିଷ୍ପତ୍ତି

ଦୁଇ ପକ୍ଷ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା। ଏହି ଘଟଣାକୁ ନେଇ ଏକ ପଞ୍ଚାୟତ ଡକାଯାଇଥିଲା। ସେଠାରେ ଉଭୟ ପକ୍ଷଙ୍କ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଶେଷରେ ପଞ୍ଚାୟତ ନିଷ୍ପତ୍ତି କ୍ରମେ ଉବୈଶଙ୍କୁ ସମସ୍ତ ବିବାହ ସାମଗ୍ରୀ ଏବଂ ଟଙ୍କା ଫେରାଇବା ପାଇଁ କୁହାଯାଇଥିଲା। ଏସବୁ ସାମଗ୍ରୀ ଓ ଟଙ୍କା କନ୍ୟା ପକ୍ଷରୁ ବର ପକ୍ଷକୁ ପ୍ରଦାନ କରାଯାଇଥିଲା। ଚୁକ୍ତିନାମାର ଏକ ନକଲ ସ୍ଥାନୀୟ ଥାନାକୁ ମଧ୍ୟ ଦିଆଯାଇଥିଲା।

ଅଲଗା ରହିବା ରାସ୍ତା ବାଛିଲେ

ଲିସାଡି ଗେଟ୍ ଥାନା ପ୍ରଭାରୀ ସୁଭାଷ ଚନ୍ଦ୍ର ଗୌତମ ଏହି ଘଟଣାର ତଦନ୍ତ କରୁଛନ୍ତି। ତିନି ତଲାକ୍ କିମ୍ବା ଯୌତୁକ ଜନିତ ଲିଖିତ ଅଭିଯୋଗ ଥାନାରେ ହୋଇନାହିଁ। ବର୍ତ୍ତମାନ ଗୁଲିସ୍ତା ଓ ସ୍ୱାମୀ ଉବୈଶ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଉପରେ ଚାପ ପକାଉନାହାନ୍ତି କି ଏ ନେଇ ଇଚ୍ଛା ବି କରୁନାହାନ୍ତି। ପୋଲିସର କହିବା ଅନୁଯାୟୀ, ଉଭୟ ପକ୍ଷ ଛାଡପତ୍ର ଦେଇ ଅଲଗା ରହିବାକୁ ଚାହୁଁଛନ୍ତି। କେବଳ ଥାନା ପରିସରରେ ବିଶୃଙ୍ଖଳିତ ଆଚରଣ ପାଇଁ ଚାଲାଣ କଟାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ପୋଲିସ କରୁଛି ଗଞ୍ଜେଇ ଡିଲ୍‌; ମାଗୁଛି ୧୦ ଲକ୍ଷ ଟଙ୍କା...
 

Triple Talaq Uttar Pradesh Crime Against Women
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ