Advertisment

ଗୁରୁଜୀଙ୍କ ଗିରଫ ଦାବିରେ ଗର୍ଜିଲା ଆଦିବାସୀ ସଂଘ

ଗୁରୁଜୀଙ୍କ ବିରୋଧରେ ତାତିଲେ ଆଦିବାସୀ ସଂଘ। ଗିରଫ ଦାବିରେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ।

author-image
Minati Mishra
tribal people protest

tribal people protest

ଖୋର୍ଦ୍ଧା: ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବିରେ ବିକ୍ଷୋଭ।  ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ୧୧ଟି ଆଦିବାସୀ ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି।  କିଛି ଦିନ ହେଲା ମାନସଙ୍କ ନାଁରେ ଅମାନବୀୟ କାର୍ଯ୍ୟର ଗୋଟିଏ ପରେ ଗୋଟିଏ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି । ମାନବବାଦ ସଙ୍ଗଠନ ଅତ୍ୟାଚାରରେ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ଏକ ଜଙ୍ଗଲ ମଧ୍ୟରେ ରହୁଛନ୍ତି ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିର ୬ ପରିବାର ।

Advertisment

ସଂଘ ପକ୍ଷରୁ ଅଭିଯୋଗ ହୋଇଛି, ଆଦିବାସୀ ସାହି ଛାଡି ଏହି ୬ ପରିବାର ଏବେ ଡାଳତୋଳା ରାସ୍ତାକଡରେ ଏକ ସରକାରୀ ଜାଗାର ଜଙ୍ଗଲ ଭିତରେ ରହୁଛନ୍ତି। ମାନବବଦ ସଂଗଠନର ଅତ୍ୟାଚାରରେ ଅତିଷ୍ଠ ହୋଇ ଏମାନେ ଏପରି ପଦକ୍ଷେପ ନେଇଛନ୍ତି। ମାନବବାଦ ସଂଗଠନର ଅତ୍ୟାଚାରରେ ଅତିଷ୍ଠ ହୋଇଥିଲେ ମଧ୍ୟ ନୀରିହ ଆଦିବାସୀମାନେ  ସଂଗଠନର ମୁଖିଆ ତଥା ଗୁରୁଜୀ ମାନସ ଦାସଙ୍କ ବିରୋଧରେ ସ୍ୱର ଉଠାଇବାକୁ ସାହାସ ଜୁଟାଇ ପାରୁ ନ ଥିଲେ। ହେଲେ ଏବେ ମାନସ ଦାସଙ୍କ କଳା କାରନାମାର ପର୍ଦ୍ଦାଫାଶ ହେବା ପରେ ଜଣକ ପରେ ଜଣେ ମୁହଁ ଖୋଲୁଛନ୍ତି। 

ସେମାନେ ଅଭିଯୋଗ କରିଛନ୍ତି ଯେ  ୨୦୧୪ରେ ଏକ ହତ୍ୟା ମାମଲାରେ ଛନ୍ଦି, ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ଜେଲ୍ ବି ପଠାଇ ଦିଆଯାଇଛି । ତାପରେ କ୍ରମାଗତ ଲୁଟପାଟ ସହ  ସେମାନଙ୍କ ଉପରେ ହେଉଥିଲା ନିର୍ଘାତ ମାଡ଼।  ଶେଷରେ ନିର୍ଯାତନା ଅସହ୍ୟ ହେବାରୁ ଗାଁ ଛାଡ଼ି ଜଙ୍ଗଲରେ ରହୁଛନ୍ତି ଏହି ୬ ଆଦିବାସୀ ପରିବାର।

Advertisment

ମାଓବାଦ ଷ୍ଟାଇଲ୍‌ରେ କ୍ୟାଡର୍ ଚଳାଉଥିଲେ ମାନସ ଦାସ। ଏହି ଆତ୍ମଘୋଷିତ ଗୁରୁଜୀଙ୍କ ଚରାଭୁଇଁ ଥିଲା ବେଗୁନିଆ ଅଞ୍ଚଳ। ଟାର୍ଗେଟ୍ କେବଳ ନିରୀହ ଆଦିବାସୀଙ୍କୁ। ସଂଗଠନରେ ସାମିଲ କରି ଜଣ ପିଛା ସଦସ୍ୟତା ଦେୟ ୩୦ ଟଙ୍କା ରଖାଯାଇଥିଲା। ପୈଠ ନ କଲେ ବୈଠକକୁ ପ୍ରବେଶ ମନା। ସେତିକି ନୁହେଁ, ଜୁଲମ୍‌ର ଶୀକାର ହେବାକୁ ପଡୁଥିଲା। ଏଭଳି ଆତଙ୍କରାଜ ଭିଆଇ ଖୋର୍ଦ୍ଧା ଜିଲ୍ଲାରେ ନିଜ ସଂଗଠନର କାୟା ମେଲାଇଥିବା ବେଳେ ଖୋର୍ଦ୍ଧା ବୋଲଗଡ଼ର କଡ଼ବ ଗାଁରେ ବାପ, ପୁଅଙ୍କୁ ମରଣାନ୍ତକ ଆକ୍ରମଣକୁ ନେଇ ହଇଚଇ ପରେ ଅନେକ ଲୋକ ମାନସ ଦାସଙ୍କ ବିରୋଧରେ ଏବେ ମୁହଁ ଖୋଲିବାରେ ଲାଗିଛନ୍ତି ।

ଅନ୍ୟପକ୍ଷେ କଥାକଥିତ ଗୁରୁଜୀ ମାନସ ଦାସ ବିବାଦୀୟ ହୋଇପଡ଼ିବା ପରେ ଏବେ ମୁହଁ ଖୋଲିଛନ୍ତି ଗୁରୁଜୀ।  ମାନସ ଦାସ ବୋଲଗଡ କଡବ ଗାଁରେ ବାପାପୁଅଙ୍କୁ ପିଟିବା ଘଟଣାକୁ ଅସ୍ୱୀକାର କରିଥିଲେ । ଏପରିକି ତାଙ୍କ ସଂଗଠନ କେବଳ ଓଡ଼ିଶାରେ ନୁହେଁ ଆସାମ୍‌ରେ ଅଛି ବୋଲି କହିଛନ୍ତି। ମୋ ବିରୋଧରେ ତଦନ୍ତ କରାଯାଉ। କିଏ କ’ଣ କହିଲା ତାହାକୁ ଡରେନା ବୋଲି କହିଛନ୍ତି ଗୁରୁଜୀ।

ଅନ୍ୟପକ୍ଷରେ ମାନସଙ୍କୁ ଗୁରୁଜୀ କହି ତାଙ୍କ ସପକ୍ଷରେ ଏବେ ବାହାରିଛନ୍ତି କିଛି ଅନୁଗତ।

Odisha News Guruji
Advertisment
Advertisment