Advertisment

Transport scam: ୫ ଶହ କୋଟିର ଟ୍ରାନ୍ସପୋର୍ଟ ଘୋଟାଲା ମାମଲା: ବିଜେଡି ନେତା ରାଜା ଚକ୍ରଙ୍କୁ EOW ଜେରା

ଭୁବନେଶ୍ବରସ୍ଥିତ EOW ଅଫିସରେ ତାଙ୍କୁ ଦିନ ୧୧ଟାରୁ ଜେରା ଚାଲିଥିବା ସୂଚନା ମିଳିଛି। ପ୍ରାୟ ୫ ଶହ କୋଟିର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ରାଜା  ଚକ୍ରଙ୍କୁ ଜେରା ହେଉଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Transport scam

Transport scam

Advertisment

କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ EOWର ଜେରା। ଭୁବନେଶ୍ବରସ୍ଥିତ EOW ଅଫିସରେ ତାଙ୍କୁ ଦିନ ୧୧ଟାରୁ ଜେରା ଚାଲିଥିବା ସୂଚନା ମିଳିଛି। ପ୍ରାୟ ୫ ଶହ କୋଟିର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ରାଜା  ଚକ୍ରଙ୍କୁ ଜେରା ହେଉଥିବା ଜଣାପଡ଼ିଛି। ଏହି ମାମଲାରେ ପୂର୍ବରୁ ଗତ ୭ ତାରିଖରେ ୨ ଜଣଙ୍କୁ ଗିରଫ କରିଥିଲା EOW । ମାନସ ରଂଜନ ବାରିକ ଓ ଉତ୍କଳ ଦାସ ଗିରଫ ହୋଇଥିଲେ । ସେହି ଲିଙ୍କରେ ରାଜାଙ୍କୁ ଜେରା ଚାଲିଥିବା ସୂଚନା ମିଳିଛି । 

Advertisment

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପ୍ରାୟ ୫୦ କୋଟି ଟଙ୍କାର ଘୋଟାଲା ଅଭିଯୋଗର ତଦନ୍ତ କରୁ କରୁ EOW ଜାଣିବାକୁ ପାଇଛି ଏହି ରାଶି ୫୦୦ କୋଟି ଟଙ୍କାରୁ ଅଧିକ ହେବ । ଦୁଇ ଜଣଙ୍କୁ ଗିରଫ କରାଯିବା ପରେ କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କୁ ଜେରା କରୁଛି  EOW । ଜାଣିବାକୁ ପାଇଛି କେନ୍ଦୁଝର ଜିଲ୍ଲାରେ କେମିତି ଦିନ ଦ୍ୱିପ୍ରହରରେ ଲୁଟ୍ କରୁଥିଲେ ବିଜେଡି ନେତା । ଅଭିଯୋଗ ହୋଇଛି, ଗନ୍ଧମାର୍ଦ୍ଦନ ଲୋଡିଂ ଆଣ୍ଡ ଟ୍ରାନ୍ସପୋର୍ଟ କୋ-ଅପରେଟିଭ୍ ସୋସାଇଟି ନାଁରେ କରୁଥିଲେ ଲୁଟ୍ । ଆଇରନ୍ ଓର୍ ବୋଝେଇ ଟ୍ରକ ପିଚ୍ଛା ୬୦ ଟଙ୍କା ଆଦାୟ କରୁଥିଲେ । ଏହି କୋ-ଅପରେଟିଭ୍ ସୋସାଇଟିର କାର୍ଯ୍ୟାଳୟ କେନ୍ଦୁଝରର ଶୁଆକାଟିରେ ରହିଛି । ଗୋଟିଏ ଟ୍ରକ ଠାରୁ ୬ଟଙ୍କା ଆଦାୟର ବ୍ୟବସ୍ଥା ଥିଲା ବେଳେ ଏମାନେ ୬୦ ଟଙ୍କା ଆଦାୟ କରୁଥିଲେ । ଏ ସଂପର୍କରେ କାଗଜପତ୍ରରେ କିଛି ଦେଖାଯାଉନଥିଲା । ଅଡିଟରେ ଦେଖାଯାଉନଥିଲା କି ଭାଉଚର ବି ହେଉନଥିଲା । ଓଡ଼ିଶା ଖଣି ନିଗମର ଖଣିକୁ ଏମାନେ ଟଙ୍କା ଖଣି ବୋଲି ଭାବୁଥିବାର ଅଭିଯୋଗ ହୋଇଛି । ୨୦୧୭ରୁ ୨୦୨୪ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି ବିଜେଡି ନେତା । EOW ତଦନ୍ତ ପରେ ଏବେ ସବୁ କଥା ସାମନାକୁ ଆସୁଛି । କେନ୍ଦୁଝର ଜିଲ୍ଲାରେ ବେଧଡକ ଚାଲିଥିଲା ଲୁଟ୍ । ଏହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ରାଜା ଚକ୍ର ଏହି ମାମଲାରେ ହାଇକୋର୍ଟରୁ ଆଗୁଆ ଜାମିନ ପାଇଥିବାର ଜଣାପଡିଛି । 

ଅଧିକ ପଢ଼ନ୍ତୁ: କେନ୍ଦୁଝରରେ ହେବ ଷ୍ଟିଲ୍‌ ପ୍ଲାଣ୍ଟ; ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି...

Advertisment

Crime Branch EOW BJD Leader Kendujhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ