• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟ୍ରାଫିକ୍‌ ଫୋଲିସଙ୍କୁ ନିର୍ଧୁମ ଛଚିଲେ । କାହିଁକି ଅଟକାଇଲ ବୋଲି ପଚାରି ପ୍ରବଳ ଛେଚିଲେ । ଲୋକାଲ ପିଲା କହି ଧମକ ଚମକ ବି ଦେଲେ । ହେଲେ ଶେଷରେ ଗିରଫ ହେଲେ । ଏବେ ଥାନାରେ ମସା ମାରୁଛନ୍ତି ଲୋକାଲ ଟୋକା ।

ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ଗୋଟିଏ ବାଇକ୍‌ରେ ଦୁଇ ଜଣ ଯୁବକ ରଙ୍ଗ୍‌ ସାଇଟ୍‌ରେ ଯାଉଥିଲେ ଏମିତିକି ସେମାନେ ହେଲ୍‌ମେଟ୍‌ ବି ପିନ୍ଧିନଥିଲେ । ଏହି ସମୟରେ ଟ୍ରାଫିକ୍‌ ପୋଲିସ ତାଙ୍କୁ ଅଟକାଇଥିଲା । ଆଉ କାହିଁକି ରଙ୍ଗ୍‌ ସାଇଟ୍‌ରେ ଯାଉଥିଲେ ବୋଲି ପ୍ରଶ୍ନ କରିଥିଲେ । ଏତିକିରେ ବାଇକ୍‌ରେ ଥିବା ଦୁଇ ଯୁବକ ଉତ୍‌କ୍ଷିପ୍ତ ହୋଇ ଟ୍ରାଫିକ୍‌ ପୋଲିସ ସହ ଯୁକ୍ତି ତର୍କ ଆରମ୍ଭ କରିଥିଲେ ।

ଆଉ ନିଜକୁ ଲୋକାଲ ଟୋକା କହି, କାହିଁକି ଅଟକାଇଲ ବୋଲି ପୋଲିସକୁ ପାଲଟା ପ୍ରଶ୍ନ କରିଥିଲେ । ଏହାପରେ ଯୁକ୍ତି ତର୍କ ବଢ଼ିଥିଲା । ପରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଉଭୟ ଯୁବକ ମିଶି ଟ୍ରାଫିକ୍‌ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କୁ ନିର୍ଧୁମ ଛେଚିଥିଲେ । ଖବରପାଇ ସ୍ଥାନୀୟ ପୋଲିସ ଓ ପିସିଆର୍‌ ଭ୍ୟାନ୍‌ ସେଠାରେ ପହଞ୍ଚିଥିଲା ଏବଂ ଦୁଇ ଅମାନିଆ ଯୁବକଙ୍କୁ ଗିରଫ କରିଛି ।