Advertisment

Simon Leviev: ଡେଟିଂ ଆପରେ ଧନୀ ମହିଳାଙ୍କୁ କରୁଥିଲା ଡେଟ୍ , ୨ବର୍ଷରେ ଲୁଟି ନେଲା ୮୮କୋଟି

ଲେଭିଏଭ ଧନୀ ମହିଳା ମାନଙ୍କୁ ଭେଟୁଥିଲା ଏବଂ ଋଣ ନାମରେ ଟଙ୍କା ନେଇ କହୁଥିଲା ଯେ ସେ ପରେ ଫେରାଇ ଦେବ। କିନ୍ତୁ ବାସ୍ତବରେ ସେ କେବେ ଟଙ୍କା ଫେରାଇ ନଥିଲା, ବରଂ ତା ପୂର୍ବରୁ ଗାୟବ ହୋଇ ଯାଉଥିଲା।

author-image
Manasranjan Mohanty
dating aap

dating aap

ଆପଣ ଓଟିଟିରେ ଆସିଥିବା ଡକ୍ୟୁମେଣ୍ଟାରୀ ‘ଦ ଟିଣ୍ଡର ସ୍ୱିଣ୍ଡଲର’ ଦେଖିଛନ୍ତି କି? ଏଥିରେ ଜଣେ ଏଭଳି ଠକଙ୍କ ସତ୍ୟ କାହାଣୀ ରହିଛି, ଯିଏ ନରୱେରୁ ସ୍ୱିଡେନ ପର୍ଯ୍ୟନ୍ତ ଅନେକ ମହିଳାଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ଟଙ୍କା ଲୁଟି ନେଇଥିଲା। ଏଥିରେ ଯେଉଁ ଇସ୍ରାଏଲୀ ଠକ ସାଇମନ ଲେଭିଏଭଙ୍କ ଉପରେ ଡକ୍ୟୁମେଣ୍ଟାରୀ ନିର୍ମାଣ ହୋଇଛି, ତାଙ୍କୁ ଜର୍ଜିଆରେ ଗିରଫ କରାଯାଇଛି।

Advertisment

ରିପୋର୍ଟ ଅନୁଯାୟୀ ୩୪ ବର୍ଷୀୟ ଲେଭିଏଭଙ୍କ ପ୍ରକୃତ ନାମ ହେଉଛି ଶିମୋନ ୟେହୁଦା ହାୟୁତ। ସେ ପ୍ରେମ ଓ ରୋମାନ୍ସର ନାମରେ ମହିଳାମାନଙ୍କୁ ଠକୁଥିଲା । ଲେଭିଏଭଙ୍କ ଯୋଜନା ମଧ୍ୟ ବିପଜ୍ଜନକ ଥିଲା। ସେ ମହିଳାମାନଙ୍କ ସାମ୍ନାରେ ନିଜକୁ ଏକ ଧନୀ ଉତ୍ତରାଧିକାରୀ ବୋଲି ଦାବି କରୁଥିଲା, ଯିଏକି ବଡ଼ ସମ୍ପତ୍ତି ପାଇବାକୁ ଯାଉଛନ୍ତି। ଏଭଳି କିଛି ଦର୍ଶାଇ ସେ ଡେଟିଂ ଆପ୍ ମାଧ୍ୟମରେ ମହିଳା ମାନଙ୍କୁ ଭେଟୁଥିଲା । ୨୦୧୭ ଓ ୨୦୧୯ ମଧ୍ୟରେ ଅନେକ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା।

ଲେଭିଏଭ ଧନୀ ମହିଳା ମାନଙ୍କୁ ଭେଟୁଥିଲା ଏବଂ ଋଣ ନାମରେ ଟଙ୍କା ନେଇ କହୁଥିଲା ଯେ ସେ ପରେ ଫେରାଇ ଦେବ। କିନ୍ତୁ ବାସ୍ତବରେ ସେ କେବେ ଟଙ୍କା ଫେରାଇ ନଥିଲା, ବରଂ ତା ପୂର୍ବରୁ ଗାୟବ ହୋଇ ଯାଉଥିଲା। ତାଙ୍କର ଏହି ଯୋଜନା “କ୍ୟାଟଫିଶିଂ”ର ଅନ୍ୟତମ କୁଖ୍ୟାତ ଉଦାହରଣ ପାଲଟିଗଲା ।

Advertisment

କ୍ୟାଟଫିଶିଂ ଅର୍ଥାତ୍ ଭୁଲ ପରିଚୟ ସୃଷ୍ଟି କରି ଅନଲାଇନରେ ପୀଡ଼ିତମାନଙ୍କୁ ଆର୍ଥିକ ଠକେଇ କରିବା। ଲେଭିଏଭ ଯେଉଁ ସ୍କେଲରେ ଏହା କରିଥିଲା, ତାହା ଆପଣା ଆପଣି ଆଶ୍ଚର୍ଯ୍ୟ ହୋଇଯିବେ । ନିଜକୁ ଧନୀ ଦେଖାଇବା ପାଇଁ ସେ ନକଲି ବିଳାସପୂର୍ଣ୍ଣ ଜୀବନଶୈଳୀ ବଞ୍ଚୁଥିଲା । ନିଜର ବଡିଗାର୍ଡ ଏବଂ ପ୍ରାଇଭେଟ ଜେଟ ରଖିଥିଲା

ଠକେଇ ଶିକାର ହେଉଥିବା ମହିଳାମାନେ କେବେ ଜାଣି ପାରି ନଥିଲେ ଯେ ସେମାନଙ୍କ ସହ ଏତେ ବଡ଼ ଠକେଇ ହେଉଛି। ସାଇମନ ଲେଭିଏଭ ନରୱେ, ଫିନଲ୍ୟାଣ୍ଡ ଓ ସ୍ୱିଡେନରେ ମହିଳାମାନଙ୍କଠାରୁ ପ୍ରାୟ ୧୦ ମିଲିୟନ ଡଲାରର ଠକେଇ କରିଥିଲେ। ଭାରତୀୟ ମୁଦ୍ରାରେ ୮୭.୮ କୋଟି ଟଙ୍କାର ଠକେଇ କରିଥିଲେ।

ସାଇମନ ଲେଭିଏଭଙ୍କ ଦ୍ବାରା ଠକେଇର ଶିକାର ହୋଇଥିବା ଦୁଇ ଜଣ ପୀଡ଼ିତା ମହିଳା କହିଛନ୍ତି ଯେ ଜର୍ଜିଆରେ ତାଙ୍କୁ ଗିରଫ କରାଯିବା ଖବର ଜାଣି ସେମାନେ ଖୁସି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପର୍ନିଲା ସୋଜୋହୋମ କହିଛନ୍ତି, “ମୁଁ ଗତକାଲି ସେଲିବ୍ରେସନ କଲି । ମୋତେ ଖୁସି ଅନୁଭବ କରିବାର ଅନୁମତି ଅଛି କାରଣ ଏହି ଲୋକଟି ମୋ ଜୀବନକୁ ବରବାଦ କରି ଦେଇଥିଲା।

ସେହିପରି ସେସିଲୀ ଫଜେଲହୋଇ ଲଣ୍ଡନରେ କହିଛନ୍ତି, “ମୁଁ ଆଶ୍ଚର୍ଯ୍ୟ ହେଲି କାରଣ ଏତେ ଲମ୍ବା ସମୟ ବିତି ଯାଇଛି।” ସେ କହିଛନ୍ତି ଯେ ଏହା ଏକ “ଛୋଟ ସେଲିବ୍ରେସନ” ପରି ଥିଲା। ସୋଜୋହୋମଙ୍କୁ ଏବେ ୩୮ ବର୍ଷ । ସେ କହିଛନ୍ତି ଯେ ସେ ୨୦୧୮ ମାର୍ଚ୍ଚରେ ଡେଟିଂ ଆପରେ ଲେଭିଏଭଙ୍କୁ ଭେଟିଥିଲେ। ସେ କହିଛନ୍ତି ଯେ ସେମାନେ ଶୀଘ୍ର ବନ୍ଧୁ ହୋଇଗଲେ ଏବଂ କିଛି ମାସ ମଧ୍ୟରେ ସେ ତାଙ୍କୁ ଠକିବା ଆରମ୍ଭ କରିଥିଲେ। ମୋଟାମୋଟି ଭାବେ, ସୋଜୋହୋମ ଲେଭିଏଭଙ୍କୁ ୬୫,୦୦୦ ଡଲାର (ପ୍ରାୟ ୫୭ ଲକ୍ଷ ଟଙ୍କା)ରୁ ଅଧିକ ଦେଇଥିଲେ, ଯାହାକୁ ସେ କେବେ ଫେରାଇ ନଥିଲେ।

Georgia
Advertisment
Related Articles
Advertisment