• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀରେ ବାହାଘର ମଣ୍ଡପରେ ମାତିଲେ ଲୁଟେରା । ବାହାଘର ଭୋଜିରେ ଗହଳିର ସୁଯୋଗ ନେଇ ଲୁଟି ନେଇଗଲେ ଗିଫ୍ଟ ଆଇଟମ ସହ ଟଙ୍କା ଖାମ୍ । ବରଯାତ୍ରୀ ବେଶରେ ଆସି ଝିଅ ପକ୍ଷକୁ ମିଳିଥିବା ଗିଫ୍ଟ ଆଇଟମ ସହ ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା ।

ବଡଗଡ ଥାନା ଅଞ୍ଚଳରେ ଥିବା ଏକ ମଣ୍ଡପରେ ଝିଅ ବାହାଘର ଚାଲିଥିବା ବେଳେ ପାଖାପାଖି ୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଚୋରି ବେଳର ଦୃଶ୍ୟ ବାହାଘର ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଅନ୍ୟପଟେ ଗତ କିଛିଦିନ ହେବ ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ ଜାରି ରହିଛି ।

ଖାସ କରି ଆପାର୍ଟମେଣ୍ଟକୁ ଟାର୍ଗେଟ କରୁଛନ୍ତି ଲୁଟେରା । ରାଜଧାନୀରେ ଆପାର୍ଟମେଣ୍ଟରେ ରହିବା ସଉକ ଏବେ ଲୋକଙ୍କୁ ମହଙ୍ଗା ପଡ଼ିଛି । କାରଣ ଆପାର୍ଟମେଣ୍ଟର ସମସ୍ତ ସିକ୍ୟୁରିଟି ବ୍ୟବସ୍ଥା ଏବଂ ପୋଲିସକୁ ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଲୁଟପାଟ୍ କରୁଛନ୍ତି ଲୁଟେରା । ଆପାର୍ଟମେଣ୍ଟରେ ଲୁଟେରାଙ୍କ ଆତଙ୍କରାଜ୍...ଚୋରି କରୁଛନ୍ତି ନନଷ୍ଟପ୍...ବୁଲାଉଛନ୍ତି କଳାକନା, ନା ପୋଲିସକୁ ଖାତିର କରୁଛନ୍ତି ଆଉ ନା ସିସିଟିଭି ପ୍ରତି ପରବାୟ...

ଆପାର୍ଟମେଣ୍ଟରେ ପଶି ଲୁଟେରାଙ୍କ ଏଭଳି ଆତଙ୍କରାଜ ରାଜଧାନୀରେ ନୂଆ ନୁହେଁ । ତେବେ ବର୍ତ୍ତମାନ ବିବାହ ମଣ୍ତପକୁ ମଧ୍ୟ ଟାର୍ଗେଟ କରିବା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଗତ କିଛି ମାସ ହେଲା ଚାଲିଛି ଏହି ଲୁଟତରାଜ ଟ୍ରେଣ୍ଡ । ପୋଲିସର ନିଦ ହଜାଇଥିବା ଏହି ଲୁଟେରାଙ୍କୁ ଧରିବାକୁ ପୋଲିସ ପ୍ଲାନ ପରେ ପ୍ଲାନ ଖଞ୍ଜିଚାଲିଛି ।