Advertisment

ବବଲୁକୁ ହାଜତରେ ଥାର୍ଡ ଡିଗ୍ରୀ ଦିଆଯାଇଥିଲା କି ?

ଏକ ଚୋରି ଅଭିଯୋଗରେ ବବଲୁକୁ ଥାନାକୁ ଆଣିଥିବା କ୍ୟାଣ୍ଟନମେଣ୍ଟ ପୋଲିସର ଭୂମିକା ଏବେ ସନ୍ଦେହ ଘେରରେ। ବବଲୁ ମହାନଦୀକୁ ଚାଲିଯାଇଥିବା ଭାଇରାଲ୍ ଭିଡିଓରୁ ସ୍ପଷ୍ଟ ହେଉଥିବା ବେଳେ, ତା ପରିବାର ଲୋକ ଥାନାକୁ ଆସି ପଚାରିବାରୁ ସେ ମେଡିକାଲ ଯାଇଛି ବୋଲି କହିଥିଲା ପୋଲିସ।

author-image
Chandan Shishu
Theft accused flees police custody in Cuttack

Theft accused flees police custody in Cuttack

କଟକ କ୍ୟାଣ୍ଟନମେଣ୍ଟ ଥାନା ହାଜତରୁ ଖସି ଯାଇଥିବା ଯୁବକଙ୍କର ମୃତଦେହ ଆଜି ମହାନଦୀରୁ ଉଦ୍ଧାର ହୋଇଛି। ତେବେ ପରିବାର ଲୋକେ ଅଭିଯୋଗ କରିଛନ୍ତି, ହାଜତରେ ଅକଥନୀୟ  ନିର୍ଯାତନା ଦେବାରୁ ସେ ପୋଲିସ ହାତରୁ ଖସି ମହାନଦୀ ଭିତରକୁ ପଶି ଯାଇଥିଲା। ଏଥିପାଇଁ ସେମାନେ ଥାନା ଅଧିକାରୀଙ୍କ ସମେତ ଅନ୍ୟ ପୋଲିସ୍ କର୍ମଚାରୀଙ୍କୁ ଦୋଷ ଦେଇଛନ୍ତି। କଟକ ଡିସିପି କହିଛନ୍ତି, ଏହାକୁ ହାଜତ ମୃତ୍ୟୁ ଭାବେ ଗ୍ରହଣ କରି NHRC ଗାଇଡଲାଇନ୍ ଅନୁସାରେ ତଦନ୍ତ କରାଯାଉଛି।

Advertisment

ଚୋରି ଅଭିଯୋଗରେ ହାଜତରେ ଥିଲା। ପ୍ରଥମେ ଥାନାରୁ ଚଂପଟ୍ ମାରିଲା। ଆଉ ଆଜି ମହାନଦୀରୁ ମିଳିଲା ମୃତଦେହ। କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଖସିଯିବା ପରେ ମହାନଦୀରେ ଚାଲି ଚାଲି ଯାଉଥିବା ସେହି ଯୁବକ ଶଙ୍କର୍ଷଣ ବେହେରା ଓରଫ ବବଲୁ। ମହାନଦୀକୁ ପାର୍ କରିବା ସମୟର ଭିଡିଓ ଭାଇରାଲ ପରେ ଆଜି ସେହି ମହାନଦୀର ଜୋବ୍ରା ବ୍ୟାରେଜରୁ ମିଳିଛି ମୃତଦେହ। ଏକ ଚୋରି ଅଭିଯୋଗରେ ଅଭିଯୁକ୍ତ ବବଲୁକୁ ଥାନାକୁ ଆଣିଥିଲା କ୍ୟାଣ୍ଟନମେଣ୍ଟ ପୋଲିସ। ତେବେ ପରିବାର ଲୋକଙ୍କ ଅଭିଯୋଗ, ବବଲୁକୁ ଥାନା ହାଜତରେ ରଖି ନିସ୍ତୁକ ମାଡ଼ ମରାଯାଇଥିଲା। ନିର୍ଯାତନା ସହିନପାରି ବବଲୁ ସେଠାରୁ ଖସି ପଳାଇଥିଲା। ତେଣୁ ତାର ମୃତ୍ୟୁ ପାଇଁ କ୍ୟାଣ୍ଟନମେଣ୍ଟ ପୋଲିସ ଦାୟୀ ବୋଲି ସିଧା ସିଧା ଅଭିଯୋଗ କରିଛନ୍ତି ବବଲୁର ପରିବାର।

ଏକ ଚୋରି ଅଭିଯୋଗରେ ବବଲୁକୁ ଥାନାକୁ ଆଣିଥିବା କ୍ୟାଣ୍ଟନମେଣ୍ଟ ପୋଲିସର ଭୂମିକା ଏବେ ସନ୍ଦେହ ଘେରରେ। ବବଲୁ ମହାନଦୀକୁ ଚାଲିଯାଇଥିବା ଭାଇରାଲ୍ ଭିଡିଓରୁ ସ୍ପଷ୍ଟ ହେଉଥିବା ବେଳେ, ତା ପରିବାର ଲୋକ ଥାନାକୁ ଆସି ପଚାରିବାରୁ ସେ ମେଡିକାଲ ଯାଇଛି ବୋଲି କହିଥିଲା ପୋଲିସ। ଏଠି ପ୍ରଶ୍ନ ଉଠୁଛି, ପୋଲିସ୍ ମିଛ କାହିଁକି କହିଲା ? ଏମିତି କଣ ହେଲା ଯେ ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିଲା ? ବବଲୁକୁ ହାଜତରେ ଥାର୍ଡ ଡିଗ୍ରୀ ଦିଆଯାଇଥିଲା କି ? ଯଦି ବବଲୁ ପୋଲିସ୍ ଆଖି ଆଗରେ ଚଂପଟ୍ ମାରିଥିଲା, ପୋଲିସ କାହିଁକି ତାକୁ କାବୁ କଲାନାହିଁ ? 

Advertisment

ଥାନା ହାଜତରୁ ଚମ୍ପଟ ମାରିବା ଏବଂ ପରେ ମହାନଦୀରୁ ମୃତଦେହ ମିଳିବା ଘଟଣାରେ ଛାନଭିନ୍ କରୁଛି ପୋଲିସ। ଡିସିପି କହିଛନ୍ତି, ଏହାକୁ ହାଜତ ମୃତ୍ୟୁ ଭାବେ ଗ୍ରହଣ କରି ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀ ଘଟଣାର ଯାଞ୍ଚ କରିବେ। NHRC ଗାଇଡ୍ ଲାଇନ୍ ଅନୁଯାୟୀ ତଦନ୍ତ ହେବ ବୋଲି ସେ କହିଛନ୍ତି। କଟକ ବଡ଼ ମେଡିକାଲରେ ପୋଷ୍ଟମର୍ଟମ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ତେବେ ପରିବାର ଲୋକେ ଉଠାଇଥିବା ପ୍ରଶ୍ନର ଉତ୍ତର କେବେ ମିଳୁଛି ତାକୁ ଅପେକ୍ଷା।

Police Accused
Advertisment
Advertisment