/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686978042.jpg)
Extra Marital Affairs
ପରକୀୟା ପ୍ରୀତି ପାଇଁ ହଟହଟା ହେଲେ ପୋଲିସ ବାବୁ । ବଲାଙ୍ଗିର ରିଜର୍ଭ ପୋଲିସର ଜଣେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମଞ୍ଜିତ ସିଂହ ମାଝୀ ହଟହଟା ହୋଇଛନ୍ତି । ସେ ୭ ବର୍ଷ ତଳେ ବଙ୍ଗୋମୁଣ୍ଡା ଅଞ୍ଚଳର ଯୁବତୀଙ୍କୁ ବିବାହ କରିଥିଲେ। ତାଙ୍କର ପୁଅଟିଏ ମଧ୍ୟ ଅଛି ।
ହେଲେ କିଛି ଦିନ ହେବ, ପୋଲିସ ବାବୁଙ୍କ ହାବ ଭାବରେ ଟିକେ ପରିବର୍ତ୍ତନ ଦେଖିଥିଲେ ପତ୍ନୀ । ଯାହାଫଳରେ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା । ପରେ ସ୍ୱାମୀଙ୍କୁ ଏନେଇ ସେ ପ୍ରଶ୍ନ ମଧ୍ୟ କରିଥିଲେ । ହେଲେ ତାଙ୍କଠାରୁ କିଛି ବି ସନ୍ତୋଷ ଜନକ ଉତ୍ତର ପାଇନଥିଲେ । ଏହାପରେ ସେ ଚୁପ୍ ହୋଇଯାଇଥିଲେ । ହେଲେ ମନରେ ସନ୍ଦେହ ଥିବାରୂ ସେ ସ୍ୱାମୀଙ୍କୁ ଗତି ବିଧି ଉପରେ ନଜର ରଖୁଥିଲେ ।
ଅଚାନକ ଗତକାଲି ରାତିରେ ପୋଲିସ ବାବୁ ହାତୀଶାଳ ପଡ଼ାରେ ରହୁଥିବା ତାଙ୍କ ପ୍ରେମିକାଙ୍କ ଘରକୁ ଯାଇଥିବା ବେଳେ ଚଢଉ କରିଥିଲେ ପତ୍ନୀ । ଟାଉନ୍ ପୋଲିସର ପିସିଆର ଭ୍ୟାନ୍ ଆସି ପୋଲିସ କର୍ମଚାରୀଙ୍କୁ ଉଠାଇ ନେଇଥିଲା। ତେବେ ଏନେଇ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)