• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୧୨ ବର୍ଷ ପରେ ଧରାପଡିଲା ଅପହରଣକାରୀ, ହେଲେ ଅପହୃତା ଯୁବତୀଙ୍କ ପତ୍ତା ମିଳିଲାନି । ଏପରିକି ପୋଲିସର ଅବହେଳାରୁ ଅପହକରଣକାରୀ ଯୁବକ ଜାମିନ୍ ପାଇ ବୁଲୁଥିବା ଅଭିଯୋଗ କରିଛି ପୀଡ଼ିତା ପରିବାର । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ପରିଛାଗୁଡ଼ାରୁ ଆସିଛି ଏ ଅଭିଯୋଗ ।

ସୂଚନା ଅନୁସାରେ ୨୦୧୨ରେ ପରିଚ୍ଛାଗୁଡ଼ାରୁ ଜଣେ ଆଦିବାସୀ ନାବାଳିକାଙ୍କ ଅପହରଣ ହୋଇଥିଲା। ଗାଁର ରାକେଶ ସିଂ ନାମକ ଯୁବକ ତାଙ୍କୁ ଅପହରଣ କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକ । ୧୨ ବର୍ଷ ପରେ ବିହାରରେ ଚଢାଉ କରି ପୋଲିସ ଅଭିଯୁକ୍ତକୁ କାବୁ କରିଥିବା ବେଳେ ଖସି ପଳାଇଥିଲା। ପରେ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ବି ପାଇଗଲା ଅଭିଯୁକ୍ତ । ହେଲେ ନାବାଳିକାଙ୍କ ଏ ଯାଏ କୌଣସି ଖୋଜ ଖବର ନାହିଁ । ଝିଅକୁ ଅଭିଯୁକ୍ତ କେଉଁଠି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ୧୨ବର୍ଷ ହେଲା ନିଖୋଜ ଝିଅ ବାଟ ଚାହିଁଥିବା ପରିବାର ପୋଲିସର କାର୍ଯ୍ୟଶୈଳୀ ଉପରେ ଉଠାଇଛନ୍ତି ପରିବାର । ସେପଟେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।