Advertisment

ଚିତ୍ତଙ୍କ ମୃତ୍ୟୁ ହତ୍ୟା ନା ଦୁର୍ଘଟଣା? କଣ କହିଲା କ୍ରାଇମବ୍ରାଞ୍ଚ୍, ଜାଣନ୍ତୁ

ଆଜି ଚିତ୍ତରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିପାରେ। ଚିତ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ କଣ ସେ ସମ୍ପର୍କରେ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହୋଇପାରେ।

author-image
Chandan Shishu
ଅଦ୍ୟତନ ହୋଇଛି
CrimeBranch Pressmeet

CrimeBranch Pressmeet

ପୁରୀ: ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ମାମଲା ସମ୍ପର୍କରେ ଏସପିଙ୍କ ସହ ଆଲୋଚନା କରିଛନ୍ତି। ଏସପିଙ୍କ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚ ଡିଏସପି ମଧ୍ୟ ଉପସ୍ଥିତ ଅଛନ୍ତି। ହତ୍ୟା ଘଟଣାକୁ ସପ୍ତାହେ ପୁରିବାକୁ ବସିଲାଣି।

Advertisment

ପୁରୀରେ କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ପ୍ରେସମିଟ୍ କରି କହିଛନ୍ତି ଯେ, କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ସବୁ ଦିଗରୁ ତଦନ୍ତ କରୁଛୁ। ଘଟଣା ସ୍ଥଳରୁ ସାଇଣ୍ଟିଫିକ୍‌ ଟିମ୍ ତଦନ୍ତ କରୁଛନ୍ତି। ଆବଶ୍ୟକ ପଡ଼ିଲେ କିଛି ଲୋକଙ୍କ ଲାଏ ଡିଟେକ୍ସନ କରାଯିବ। ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତରେ ଅଗ୍ରଗତି ହୋଇଛି। ତେବେ ଏହା ହତ୍ୟା କି ଦୁର୍ଘଟଣା, ଏପର୍ଯ୍ୟନ୍ତ ନିଷ୍କର୍ଷରେ ପହଞ୍ଚିନୁ ବୋଲି ସେ କହିଛନ୍ତି। ତେବେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିଲେ ବି ହତ୍ୟାକାରୀର ଟେର୍ ପାଇନାହିଁ।

ଅପରପକ୍ଷେ ଆଜି ଚିତ୍ତରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିପାରେ। ଚିତ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ କଣ ସେ ସମ୍ପର୍କରେ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହୋଇପାରେ। ବିଜେଡି ନେତା ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଂଜନ ପଲେଇଙ୍କ ମୃତଦେହ ଗତ ୧୩ ତାରିଖରେ ପୁରୀ ନୂଆ ନଈରୁ ମିଳିଥିଲା।

Advertisment
Crime Branch Sanjay Dasburma BJD Leader Chittaranjan Palai Death Case
Advertisment
Advertisment