• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୀମା ଟପି ଗଲା ସ୍ୱାମୀର ବର୍ବରତା । ସ୍ତ୍ରୀ ଦେହରେ କିରୋସିନ ଢାଳି ଜୀଅନ୍ତା ଜାଳି ଦେଲା ମଦ୍ୟପ ସ୍ୱାମୀ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଗୋପପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ମହିଳାଙ୍କ ନାଁ ରଙ୍ଗବତୀ ଦାସ । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ଅଭିଯୁକ୍ତ ସ୍ୱାମୀ ନିରଞ୍ଜନ ଦାସକୁ ପୋଲିସ ଅଚକ ରଖିଛି । ଗତକାଲି ଘରେ କେହି ନଥିବା ବେଳେ ନିରଞ୍ଜନ ପ୍ରଥମେ ରଙ୍ଗବତୀକୁ ମାଡ଼ ମାରିଥିଲେ । ପରେ ତାଙ୍କ ଦେହରେ କିରାସିନି ଢାଳି ଝିଅନ୍ତା ଜାଳି ଦେଇଥିବା କଙ୍କଡାହାଡ଼ ଥାନାରେ ଅଭିଯୋଗ ହୋଇଛି । କଙ୍କଡାହାଡ଼ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି ।

ସୂଚନା ମୁତାବକ, ସ୍ୱାମୀ ନିରଞ୍ଜନ ଦାସ ବାରମ୍ବାର ସ୍ତ୍ରୀକୁ ମଦ୍ୟପାନ କରି ନିର୍ଯ୍ୟାତନା ଦେଉଥିଲା । ଏନେଇ ପୁଅ ବିକାଶ ଦାସ ଅଭିଯୋଗ ଆଣିଛନ୍ତି । ଘରେ କେହି ନଥିବା ବେଳେ ନିରଞ୍ଜନ ପ୍ରଥମେ ରଙ୍ଗବତୀକୁ ମାଡ଼ ମାରିଥିଲେ ।

ମାଡ଼ ମାରିବା ପରେ ରଙ୍ଗବତୀଙ୍କ ଦେହରେ କିରାସିନି ଢାଳି ଝିଅନ୍ତା ଜାଳି ଦେଇଥିଲେ । ଏନେଇ ପରିବାର ପକ୍ଷରୁ କଙ୍କଡାହାଡ଼ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ଘଟଣା ସ୍ଥଳରେ କଙ୍କଡାହାଡ଼ ପୋଲିସ ପହଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

  • Reported by:
  • Bidyadhar Baral