Kerala Crime Story: କେରଳ ଗଣହତ୍ୟାର ଲୋମଟାଙ୍କୁରା କାହାଣୀ...ଆପଣାର ଲୋକଙ୍କ ରକ୍ତରେ ଖେଳିଲା ହୋଲି

ଅଭିଯୁକ୍ତର ନାମ ହେଲା ଅଫାନ । କୋଲାମର ଏକ କଲେଜରେ ସ୍ନାତକୋତ୍ତର ଛାତ୍ରୀ ଫରସାନା ତଥା ଅଭିଯୁକ୍ତର ଅଫାନର ଗର୍ଲଫ୍ରେଣ୍ଡ ମଧ୍ୟ ହତ୍ୟାର ଶିକାର ହୋଇଛି । ଚେୟାରରେ ବସିଥିବା ବେଳେ ଫରସାନା ମୁଣ୍ଡ ତଳେ ଚଟାଣରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଛି । ପୋଲିସ ପହଞ୍ଚିଲା ବେଳକୁ ରକ୍ତ ଲତପତ ହୋଇ ପଡ଼ିରହିଥିଲା ମୃତଦେହ ।

ଗଣହତ୍ୟା ପଛର ଛାତିଥରା କାହାଣୀ

ନୃଶଂସ.. ବର୍ବର..ବୀଭତ୍ସ.. ଜଘନ୍ୟ.. ଅମାନୁଷିକ.. । ରକ୍ତ ସମ୍ପର୍କ ଭୁଲି ଆପଣାର ଲୋକଙ୍କ ରକ୍ତରେ ହୋଲି ଖେଳିଲା ଅଭିଯୁକ୍ତ । ଜଣ ଜଣ କରି ୫ ଜଣକୁ ହାମରରେ ପିଟି ପିଟି ଅତି ନିର୍ଦ୍ଦୟ ଭାବରେ ଏହି ଯୁବକ ହତ୍ୟା କରିଥିବା ଜଣାପଡ଼ିଛି । ଅତ୍ୟନ୍ତ ବର୍ବରୋଚିତ ଏହି ହତ୍ୟାକାଣ୍ଡ । ମୃତଦେହ ଦେଖିଲେ ଦେହ ଶୀତେଇ ଉଠୁଛି, ମୃତକଙ୍କ ଶରୀର ଏପରି ହୋଇଯାଇଛି ଯେ ଚିହ୍ନିବା ମୁସ୍କିଲ ହୋଇପଡ଼ିଛି । ମୃତ୍ୟୁର ଏହି ଭୟଙ୍କର ଖେଳରେ ପାଞ୍ଚ ଜଣ ନୀରିହ ହତ୍ୟାର ଶିକାର ହୋଇଛନ୍ତି । କେରଳର ଥିରୁଅନନ୍ତପୁରମର ବେଂଜାରାମୋଡୁରେ ଘଟିଛି ଏହି ଲୋକହର୍ଷଣକାରୀ ହତ୍ୟାକାଣ୍ଡ । ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ହତ୍ୟା ପରେ ୨୩ ବର୍ଷିୟ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି । ନିଜ ମା’, ଜେଜେମା, ନାବାଳକ ଭାଇ, କକା, ଖୁଡ଼ି ସହ ପ୍ରେମିକାକୁ ଅତର୍କିତ ଆକ୍ରମଣ କରିଥିଲା ସଇତାନ ।

ମାତ୍ର ଅଭିଯୁକ୍ତଙ୍କ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏବଂ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ସୂଚନା ପାଇ କ୍ରାଇମ ସ୍ପଟରେ ପହଞ୍ଚିଥିଲା ପୋଲିସ । ନିକଟ ଅତୀତରେ କେରଳରେ ଘଟିଥିବା ହତ୍ୟାକାଣ୍ଡରୁ ଏହା ସବୁଠାରୁ ଅମାନୁଷିକ ଓ ଭୟଙ୍କର ବୋଲି କହିଛି ପୋଲିସ । ଏହି ଲୋମଟାଙ୍କୁରା ତଥା ଛାତିଥରା ହତ୍ୟାକାଣ୍ଡକୁ ନେଇ ପୂରା ସହର ଏକପ୍ରକାର ଦୋହଲି ଯାଇଛି ।

ଅଧିକ ପଢ଼ନ୍ତୁ: କନ୍‌ଷ୍ଟେବଳଙ୍କୁ ୨୦ ବର୍ଷ ଜେଲ୍‌, ଜରିମାନା 

ଭେଞ୍ଜାରମୋଡ଼ୁ ଗଣହତ୍ୟାର ଲୋମଟାଙ୍କୁରା କାହାଣୀ

ଅଭିଯୁକ୍ତର ନାମ ହେଲା ଅଫାନ । କୋଲାମର ଏକ କଲେଜରେ ସ୍ନାତକୋତ୍ତର ଛାତ୍ରୀ ଫରସାନା ତଥା ଅଭିଯୁକ୍ତର ଅଫାନର ଗର୍ଲଫ୍ରେଣ୍ଡ ମଧ୍ୟ ହତ୍ୟାର ଶିକାର ହୋଇଛି । ଚେୟାରରେ ବସିଥିବା ବେଳେ ଫରସାନା ମୁଣ୍ଡ ତଳେ ଚଟାଣରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଛି । ପୋଲିସ ପହଞ୍ଚିଲା ବେଳକୁ ରକ୍ତ ଲତପତ ହୋଇ ପଡ଼ିରହିଥିଲା ମୃତଦେହ । ପୋଲିସ ସୂଚନା ଅନୁସାରେ, ମୃତକଙ୍କୁ ଜୀବନ ବଞ୍ଚାଇବା ପାଇଁ ଆଦୌ ସମୟ ମିଳିନି । ହାମରର ପ୍ରଥମ ପ୍ରହାରରେ ହିଁ ତାଙ୍କ ଜୀବନ ଚାଲିଯାଇଥିବ । ରିପୋର୍ଟ ଅନୁସାରେ ଯୁବତୀଙ୍କ ମୃତ୍ୟୁ ହୋଇଯିବା ପରେ ବି ଅଭିଯୁକ୍ତ ହାମରରେ ତାଙ୍କ ମୁଣ୍ଡକୁ ବାରମ୍ବାର ମାରିଛି । ଫଳରେ ଯୁବତୀଙ୍କ ମୁହଁ ଚିହ୍ନି ହେଉନି । ଅଭିଯୁକ୍ତ ସହ ମୃତକଙ୍କ ଏକ ଫଟୋ ଟେବୁଲ ଉପରେ ଥିବାର ଦେଖିବାକୁ ମିଳିଛି, ଯାହା ରକ୍ତର ଛିଟାରେ ପୂରା ଲାଲ ପଡ଼ିଯାଇଛି ।

ଅଭିଯୁକ୍ତର ବର୍ବରତାରୁ ରକ୍ଷା ପାଇପାରିନି ଅତି ପ୍ରିୟ ସାନ ଭାଇ । ଅଭିଯୁକ୍ତର ୧୩ ବର୍ଷର ସାନ ଭାଇ ଅଫସାନକୁ ମଧ୍ୟ ହତ୍ୟା କରିଛି । ଛୋଟ ଭାଇକୁ ବହୁତ ଭଲପାଉଥିବା ସତ୍ତ୍ୱେ ତାକୁ ବି ଏକାଧିକ ଥର ହାତୁଡ଼ିରେ ଆଘାତ କରିଥିବା ଅଭିଯୋଗ ହୋଇଛି । ଛୋଟ ଭାଇକୁ ହତ୍ୟା କରିବା ପରେ ମୃତଦେହ ଚାରିପାଖେ ୫୦୦ ନୋଟ ବିଛେଇ ଦେଇଥିଲା ଅଭିଯୁକ୍ତ । ଏଥିରୁ ଜଣାପଡ଼ୁଛି ତା’ର ମାନସିକ ସ୍ଥିତି ଭଲନାହିଁ । ତେବେ ମାରିବା ପୂର୍ବରୁ ଅଫାନ, ଭାଇ ଅଫସାନକଙ୍କୁ ଖାଇବା ପାଇଁ ବାହାରକୁ ନେଇଯାଇଥିଲା, ଆଉ ମନପସନ୍ଦର ବ୍ୟଞ୍ଜନ ଖୁଆଇ ଘରକୁ ଆଣିବା ପରେ ଜୀବନ ନେଇଯାଇଥିଲା । ଭାଇକୁ ମାରିଲା ପରେ ଜନ୍ମ କରିଥିବା ମା’ ଶାମିଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । ଏଥିରେ ୫୫ ବର୍ଷିୟ ମହିଳା ଜଣକ ଏବେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ।

ଏତିକିରେ ଅଭିଯୁକ୍ତର ବର୍ବରତା ଶେଷ ହୋଇନଥିଲା । ୯ କିଲୋମିର ଦୂରରେ ଥିବା କକା ଘର ଯାଇ କକା ଲତିଫକୁ ବୀଭତ୍ସ ଭାବରେ ହତ୍ୟା କରିଥିଲା । ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ଲତିଫର ମୁଣ୍ଡକୁ ହାମରରେ ୨୦ରୁ ଅଧିକ ଥର ପ୍ରହାର କରିଥିଲା । ଲତିଫର ମୃତଦେହ ତଳେ ପଡ଼ିଥିବାବେଳେ ଖପୁଡ଼ି ଖଣ୍ଡ ଖଣ୍ଡ ହୋଇ ଚାରିଆଡ଼େ ବିଛେଇ ହୋଇପଡ଼ିଥିଲା । ଏହାସହ ରୋଷେଇ ଘରେ ଚା ’ପ୍ରସ୍ତୁତ କରୁଥିବା ବେଳେ ଲତିଫରଙ୍କ ପତ୍ନୀ ସାଜିଥାଙ୍କୁ ଅଭିଯୁକ୍ତଙ୍କ ପଛପଟୁ ଆକ୍ରମଣ କରିଥିଲା । ତାଙ୍କୁ ମଧ୍ୟ ହାତୁଡ଼ିରୁ ଏକାଧିକ ଆଘାତ କରିଥିଲା ଅଭିଯୁକ୍ତ, ତାଙ୍କ ଶବ ରୋଷେଇ ଘର ପାଖରେ ପଡ଼ିଥିବାର ଦେଖିବାକୁ ମିଳିଥିଲା ।

ହତ୍ୟାକାଣ୍ଡ ପରେ ପୀଡ଼ିତଙ୍କୁ ଚିହ୍ନିଟ କରିବା ମୁସ୍କିଲ ହୋଇପଡ଼ିଥିଲା । ରକ୍ତର ବନ୍ୟା ଭିତରେ ଫାଳଫାଳ ହୋଇ ପଡ଼ିଥିବା ଖପୁରୀ ଦେଖି ସମସ୍ତଙ୍କ ଛାତି ଥରି ଉଠୁଥିଲା । ଲତିଫଙ୍କ ମୃତଦେହ ଉଠାଇବା ବେଳେ ଉଦ୍ଧାରକାରୀ ଦଳର ଜଣଙ୍କ ଅଙ୍ଗୁଳି ତାଙ୍କ ଖପୁରୀ ଭିତରକୁ ଚାଲିଯାଇଥିଲା । କାରଣ ମୁଣ୍ଡକୁ ମାରି ଖୁପୁରୀକୁ ଛିନଛତନ କରିଦେଇଥିଲା ଅଭିଯୁକ୍ତ ।

ଅଧିକ ପଢ଼ନ୍ତୁ: ଗଞ୍ଜେଇ କାରବାର ଅଭିଯୋଗ, ଦାରିଙ୍ଗବାଡି ଆସି ଗିରଫ କଲା ହରିୟାଣା ପୋଲିସ୍

୨୫ କିଲୋମିଟର ଦୂରରେ ରହୁଥିବା ଜେଜେମା’ ମଧ୍ୟ ଅଭିଯୁକ୍ତର ଶିକାର ହୋଇଛନ୍ତି । ୮୮ ବର୍ଷିୟ ଜେଜେମା ସଲମା ବେବିଙ୍କୁ ଭେଞ୍ଜରାମୁଡୁ ନିକଟ ପାଙ୍ଗୋଡେସ୍ଥିତ ତାଙ୍କ ଘରେ ହତ୍ୟା କରିଛି ଅଭିଯୁକ୍ତ । କକାଙ୍କ ଘରକୁ ଯିବା ପୂର୍ବରୁ ୮୦ ବର୍ଷୀୟ ଜେଜେମାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲା। ତା’ପରେ ମାମୁଁ ଲତିଫ୍ ଏବଂ ତାଙ୍କ ସ୍ତ୍ରୀ ସାଜିଥା ବିବିଙ୍କୁ ହତ୍ୟା କରିଥିଲା।

ଲତିଫ ଓ ସାଜିତାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଭାଇ ଅଫସାନକୁ ସ୍କୁଲରୁ ଘରକୁ ଆଣିଥିବା ପୋଲିସ ସନ୍ଦେହ କରୁଛି । ତା’ପୂର୍ବରୁ ପ୍ରେମିକାକୁ କଲେଜରୁ ଆଣି ଘରେ ଛାଡ଼ିଯାଇଥିଲା । ଏହା ପରେ ସେ ପ୍ରଥମେ ମା’କୁ ଆକ୍ରମଣ କରିଥିଲା , ତା’ପରେ ଭାଇ ଏବଂ ପ୍ରେମିକାକୁ ଆକ୍ରମଣ କରିଥିଲା ।

୫ ଜଣଙ୍କୁ ହତ୍ୟା ପରେ ଯୁବକର ଆତ୍ମସମର୍ପଣ

ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଅଭିଯୁକ୍ତ ରାଜଧାନୀ ଥିରୁଅନନ୍ତପୁରମର ଉପକଣ୍ଠ କେରଳର ବେଂଜାରାମୋଡୁରେ ଥିବା ପୋଲିସ ଷ୍ଟେସନରେ ପ୍ରବେଶ କରି ଛଅ ଜଣଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ପୋଲିସ ତୁରନ୍ତ ତାଙ୍କ ଘରକୁ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରକୁ କର୍ମଚାରୀ ପଠାଇଥିଲା, ଯାହା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଥିଲା। ପୋଲିସ ୫ ଜଣଙ୍କୁ ମୃତ ଅବସ୍ଥାରେ ପାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଜୀବନ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଥିଲା । ବର୍ତ୍ତମାନ ଅଭିଯୁକ୍ତ ଅଫାନକୁ ବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଅଫାନ ୫ ଜଣଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲା । ଅଫାନ ନିୟମିତ ଡ୍ରଗ୍ସ ସେବନ କରୁଥିବା ଇନଭେଷ୍ଟିଗେସନରୁ ଜଣାପଡ଼ିଛି । ତେବେ ହତ୍ୟାକାଣ୍ଡ ସମୟରେ ସେ ଡଗ୍ସ ସେବନ କରିଥିଲା କି ନାହିଁ ସେକଥା ସ୍ପଷ୍ଟ ହୋଇନାହିଁ । ସେନେଇ ଅଧିକ ତଦନ୍ତ କରୁଛି ପୋଲିସ । ଘଟଣାସ୍ଥଳରୁ ଏକ ମାରଣାସ୍ତ୍ର ଜବତ ହୋଇଛି । ଏହି ହତ୍ୟାକାଣ୍ଡ ସକାଳ ୧୦ରୁ ସନ୍ଧ୍ୟା ୬ଟା ମଧ୍ୟରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅନ୍ୟପଟେ ସମସ୍ତ ସମ୍ପର୍କୀୟଙ୍କୁ ହତ୍ୟା କରିବା ପାଇଁ ସମାନ ଅସ୍ତ୍ର ବ୍ୟବହାର କରିଥିଲେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନି ବୋଲି ପୋଲିସ ପ୍ରକାଶ କରିଛି ।

ଅଧିକ ପଢ଼ନ୍ତୁ: ଟିନ୍ ଏଜ୍ ଲଭ୍‌ର ଭୟଙ୍କର କାହାଣୀ...ପ୍ରେମିକାକୁ ଭିଡିଓ କଲ୍ କରି ନଦୀକୁ ଡେଇଁ ପଡ଼ିଲେ ପ୍ରେମିକ