/odishatv-khabar/media/post_attachments/uploadimage/library/16_9/16_9_0/Crime_1725001085.jpg)
Crime
ରେମୁଣା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ, ପୋଲିସ ପହଞ୍ଚି ନିଖୋଜ ୯ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ନାବାଳିକା ଜଣଙ୍କ ୩ ଦିନ ହେଲା ନିଖୋଜ ଥିଲେ। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।
ସେହିଭଳି ତେଲକୋଇ ଥାନା କରଦାଙ୍ଗିରୁ ନିଖୋଜ ନାବାଳକ ଉଦ୍ଧାର। ଏକ ପାଳ ଭାଡ଼ି ତଳୁ ମୁର୍ମୂଷୁ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ୨୭ ତାରିଖରୁ ନାବାଳକ ଜଣଙ୍କ ନିଖୋଜ ଥିଲେ । ଏକ ଚୋରି ଘଟଣାକୁ କେନ୍ଦ୍ର କରି ପଡୋଶୀ ମହିଳା ତାଙ୍କୁ ଅପହରଣ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ ଆଣିଥିଲେ । ଏବେ ପଡୋଶୀ ମହିଳାଙ୍କ ବାରି ପଛପଟ ପାଳ ବୁଦା ମୁଳରୁ ମୁର୍ମୂଷୁ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)