• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରାଇଭେଟ୍‌ ଫଟୋ ଭାଇରାଲ ପରେ ଜୀବନ ହାରିଲେ ମେଡିକାଲ ଛାତ୍ରୀ । ଯୁବତୀଙ୍କ ପୁରୁଷ ବନ୍ଧୁ ଫଟୋ ଭାଇରାଲ କରିବା ପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଯୁବତୀଙ୍କ ପୁରୁଷ ବନ୍ଧୁ ଜଣେ ଇଞ୍ଜିନିୟରିଂ ଛାତ୍ର ।

ୱାରଙ୍ଗାଲର ଯୁବକ ଜଣକ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ତାଙ୍କ କିଛି ପ୍ରାଇଭେଟ୍ ଫଟୋ ଭାଇରାଲ କରିଥିଲେ । ଫଳରେ ଯୁବତୀ ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଛି ।

ଅଧିକ ପଢ଼ନ୍ତୁ: ସହିପାରିଲେନି ରାଗିଂ: ଆତ୍ମହତ୍ୟା ଉଦ୍ୟମର ୪ ଦିନ ପରେ ମେଡିକାଲ୍‌ ଛାତ୍ରୀ ମୃତ

ପୋଲିସର କହିବା ଅନୁସାରେ ଯୁବତୀ ଜଣକ ଇଞ୍ଚିନିୟରିଂ ପଢ଼ୁଥିବା ଜଣେ ଛାତ୍ରଙ୍କ ସହ ବନ୍ଧୁତା କରିଥିଲେ । ପରେ ସେମାନେ କିଛି ଫଟୋ ଉଠାଇଥିଲେ । ବ୍ୟକ୍ତିଗତ ଭାବେ ଉଠାଥିବା କିଛି ଫଟୋକୁ ଯୁବକ ଜଣକ ତାଙ୍କ ସାଙ୍ଗଙ୍କ ସହ ସେୟାର କରିଥିଲେ । ଯୁବତୀ ଜଣକ ଏହା ଜାଣିବା ପରେ ଗତ ରବିବାର ଦିନ ତାଙ୍କ ସମ୍ପର୍କୀୟଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଆଭିଯୋଗ ହୋଇଛି । ଘଟଣାରେ ପୁଲିସ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଏନେଇ ପଚରାଉଚରା କରୁଛି ।