Advertisment

ସହିପାରିଲେନି ରାଗିଂ: ଆତ୍ମହତ୍ୟା ଉଦ୍ୟମର ୪ ଦିନ ପରେ ମେଡିକାଲ୍‌ ଛାତ୍ରୀ ମୃତ

ଆତ୍ମହତ୍ୟା ଉଦ୍ୟମର ୪ ଦିନ ପରେ ଜଣେ ମେଡିକାଲ୍‌ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସିନିୟରମାନେ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Medical Student Dies In Telangana Days After Attempting Suicide Over Ragging

Medical Student Dies In Telangana Days After Attempting Suicide Over Ragging

ସହିପାରିଲେନି ରାଗିଂ। ଆତ୍ମହତ୍ୟା ଉଦ୍ୟମର ୪ ଦିନ ପରେ ଜଣେ ମେଡିକାଲ୍‌ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଗତ ରବିବାର ରାତିରେ ହାଇଦ୍ରାବାଦରେ ପୋଷ୍ଟଗ୍ରାଜୁଏଟ୍‌ ପ୍ରଥମ ବର୍ଷର ଜଣେ ମେଡିକାଲ୍‌ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ହେଲେ ୨୬ ବର୍ଷୀୟ ଡି ପ୍ରୀତି। କାକତୀୟ ମେଡିକାଲ୍‌ କଲେଜର ସିନିୟରମାନେ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ଫଳରେ ବୁଧବାର ଦିନ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଛାତ୍ରୀ ବେଶରେ ଆଡ୍‌ମିଶନ୍‌ ନେଲେ, କଲେଜ ରାଗିଂର ଫର୍ଦ୍ଦାଫାଶ କଲେ ମହିଳା ପୋଲିସ

ଏମ୍‌ଜିଏମ୍‌ ହସ୍ପିଟାଲରେ ରାତି ଶିଫ୍ଟରେ କାମ କରିବା ବେଳେ ବେହୋସ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦ ଅଣା ଯାଇଥିଲା। ତେବେ ଦୁଃଖଦ ଘଟଣା, ରବିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରୀତିଙ୍କ ବାପାଙ୍କ ଅଭିଯୋଗ ଆଧାରରେ, ପୋଷ୍ଟ ଗ୍ରାଜୁଏଟ୍‌ ଦ୍ୱିତୀୟ ବର୍ଷ ଛାତ୍ର ମହମ୍ମଦ ଅଲୀ ସୈଫଙ୍କୁ ପୋଲିସ୍‌ ରାଗିଂ ଓ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗିରଫ କରିଥିଲା। ଏପରିକି ପ୍ରୀତିଙ୍କ ବାପା ସିନିୟର ଛାତ୍ରଙ୍କ ବିରୋଧରେ କଲେଜ ଓ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

Advertisment

ମିଳିଥିବା ସୂଚନା ଅନୁସାରେ, ପୀଡ଼ିତାଙ୍କ ହ୍ୱାଟ୍ସଆପ୍‌ ଚାଟ୍‌ ଓ ଅଭିଯୁକ୍ତର ଫୋନ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ଏହା ରାଗିଂ ବୋଲି ଜଣାପଡ଼ିଛି। ଏନେଇ ପୋଲିସ୍‌ ତଦନ୍ତ ଚଳାଇଛି। ରାଜ୍ୟପାଳ ତମିଲିସାଇ ସୌନ୍ଦରରାଜନ ଚିକିତ୍ସାଧୀନ ଅବସ୍ଥାରେ ପ୍ରୀତିଙ୍କ ସହ କଥା ହୋଇଥିଲେ। ମୃତ୍ୟୁ ପରେ ପ୍ରୀତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ନେଇ ଘୋଷଣା ହୋଇଛି। 

Ragging Suicide Case
Advertisment
Advertisment