/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712578756.jpg)
ଇନଷ୍ଟାରେ ବୁଲୁଛି ଠକ ପ୍ରେମିକ
ଇନଷ୍ଟାଗ୍ରାମରେ ବୁଲୁଛି ଠକ ପ୍ରେମିକ। ନିଜକୁ ଆରପିଏଫ ଅଧିକାରୀ କହି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଯୁବତୀଙ୍କୁ ପ୍ରେମ ନିବେଦନ କରୁଛନ୍ତି । ଏଭଳି ରୋମିଓକୁ ରାଉରକେଲା ରେଳ ଷ୍ଟେସନରୁ ଗିରଫ କରିଛି ପୋଲିସ । ଇନଷ୍ଟାଗ୍ରାମ ମାଧ୍ୟମରେ ଯୁବତୀଙ୍କୁ ମିଛି ମିଛିକା ଭଲ ପାଇବା ପରେ ସେମାନଙ୍କଠୁ ଅର୍ଥ ହଡ଼ପ କରୁଥିଲେ। ନିଜକୁ ଜଣେ ଆରପିଏଫ ଅଧିକାରୀ ବୋଲି କହିଥିଲେ । ଅନେକ ଯୁବତୀଙ୍କ ଠାରୁ ଏଭଳି ଅର୍ଥ ହଡ଼ପ କରିବା ନେଇ ଅଭିଯୋଗ ରହିଛି ।
Advertisment
ଅଭିଯୁକ୍ତ ହେଉଛି ତେଲେଙ୍ଗାନାର କଦମ ସଦାଶିବ । ଗତ କିଛି ବର୍ଷ ହେବ ଏମିତି କାମରେ ଜଡ଼ିତ ରହିଛି । ରାଉରକେଲା ଜିଆରପି ଯୁବକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଆରପିଏଫର ଅଭିଯୋଗ କ୍ରମେ ଜିଆରପି ଥାନାରେ ମାମଲା ମଧ୍ୟ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)