/odishatv-khabar/media/post_attachments/uploadimage/library/16_9/16_9_0/crime_1678090234.jpg)
crime
ବର୍ବର, ଘୃଣ୍ୟ, ଅମାନୁଷିକ । ଭାଇ ସାଜିଲା ଭାଇର ହତ୍ୟାକାରୀ । ଟଙ୍କା ପାଇଁ ହତ୍ୟା । ସାନ ଭାଇକୁ ଅପହରଣ କଲା ପରେ ହତ୍ୟା କଲା ବଡ଼ ଭାଇ । ଝାଡ଼ଖଣ୍ଡ(Jharkhand)ର ହଜରିବାଗ ଜିଲ୍ଲାରୁ ଏପରି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷିୟ ନାବାଳକ ପ୍ରଥମେ ନିଜର ୧୨ ବର୍ଷିୟ କକା ପୁଅ ଭାଇକୁ ଛଅ ଲକ୍ଷ ଟଙ୍କା ପାଇଁ ଅପହରଣ କରିଥିଲା । ହେଲେ ଦାବି ମୁତାବକ ଟଙ୍କା ନମିଳିବା ପରେ ଆଉ ଦୁଇ ଜଣ ଲୋକଙ୍କ ସହ ସାନ ଭାଇର ଜୀବନ ନେଇଗଲା । ଏହା ପରେ ସମସ୍ତେ ମିଶି ମୃତଦେହକୁ ଏକ ପଥର ଗୁମ୍ଫାରେ ଫିଙ୍ଗି ଦେଇ ଆସିଥିଲେ ।
ଅଧିକ ପଢ଼ନ୍ତୁ: ‘ପରିବାର ଲୋକ ମୋତେ ମାରିଦେବେ’ : ସତକୁ ସତ ଥାନାରେ ଗୁହାରୀ କରିବାର ଦୁଇ ଦିନ ପରେ. . . .
ଅଭିଯୋଗ ପରେ ବର୍ତ୍ତମାନ ନାବାଳିକା ଅଭିଯୁକ୍ତଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ । ପଚରାଉଚରା କରିବା ପରେ ଗୋଟି ଗୋଟି କରି ସବୁ ସତ କହିଛି ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତର ସୂଚନା ଆଧାରରେ କୋଲହୁୱା କୁଡରରେ ସ୍ଥିତ ଦୁଲକି ନଦୀର ନିକଟରେ ଥିବା ଏକ ପଥର ଗୁମ୍ଫାରୁ ମୃତଦେହ ଉଦ୍ଧାର କରାଯାଇ ହଜରିବାଗସ୍ଥିତ ସଦର ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।
ଏପଟେ ପୁଅର ଶବ ମିଳିବା ପରେ ପରିବାର ଲୋକ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ନିଜ ବଡ଼ ଭାଇ ହିଁ କକା ପୁଅ ଭାଇକୁ ହତ୍ୟା କରିଛି । ଟଙ୍କା ଲୋଭରେ ଜଣେ ଭାଇ ଏପରି କରିଥିବା କଥାକୁ କେହି ବିଶ୍ୱାସ କହୁନାହାନ୍ତି ।
ଅଭିଯୁକ୍ତ କହିବା ଅନୁସାରେ, ସେ ପ୍ରଥମେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସହ ସାନ ଭାଇକୁ ଅପହରଣ କରିଥିଲା । ଏହା ପରେ ସେ ନିଜ ପରିବାର ଲୋକଙ୍କୁ ଫୋନ୍ କରି ୬ ଲକ୍ଷ ଟଙ୍କା ମାଗିଥିଲା । ହେଲେ ଟଙ୍କା ନମିଳିବାରୁ କଥା ପ୍ରଘଟ ହେବା ଭୟରେ ଭାଇକୁ ହତ୍ୟା କରି ମୃତଦେହକୁ ପଥର ଗୁମ୍ଫାରେ ଲୁଚାଇ ରଖିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)