• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜୀବନ ବିକଳରେ ଥାନାରେ ପହଞ୍ଚିଥିଲେ ଯୁବତୀ । ପରିବାର ଲୋକେ ମାରିଦେବେ ଜାଣିବା ପରେ ପୋଲିସ ବାବୁଙ୍କ ନିକଟରେ ଗୁହାରୀ ଜଣାଇଥିଲେ । ହେଲେ ଅଭିଯୋଗ କରିବା ପରେ ମଧ୍ୟ ତାଙ୍କ କଥାକୁ କେହି ଗୁରୁତ୍ୱ ଦେଇନଥିଲେ କି କୌଣସି ପ୍ରକାର ସହଯୋଗ କରିନଥିଲେ । ଆଉ ଏହି ଘଟଣାର ଦୁଇ ଦିନ ପରେ ହିଁ ଯୁବତୀଙ୍କୁ ହତ୍ୟା କରାଯାଇଛି । ଯୁବତୀଙ୍କୁ ତାଙ୍କ ପରିବାର ଲୋକ ହିଁ ମାରି ଦେଇଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶ(Uttar Pradesh) ହାପୁଡ଼ରେ ଏପରି ଏକ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଯୁବତୀ ଜଣକ ଗାଁର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଆଉ ଉଭୟଙ୍କ ପ୍ରେମ ବିଷୟରେ ପରିବାର ଲୋକଙ୍କ ପାଖରେ ଖବର ପହଞ୍ଚିଯାଇଥିଲା । ଭଉଣୀର ପ୍ରେମ କାହାଣୀ ଜାଣିବା ପରେ ଯୁବତୀଙ୍କୁ ତାଙ୍କ ଭାଇ ହିଁ ହତ୍ୟା କରିଛନ୍ତି । ଆଉ ହତ୍ୟା ପରେ କେହି ଯେପରି କିଛି ଜାଣିପାରିବେ ନାହିଁ, ସେଥିପାଇଁ ରାତାରାତି ଗାଁ ମଶାଣୀରେ ଚୁପଚାପ୍‌ ଶବଦାଦ କରିଦେଇଥିଲେ ।

ଗାଁ ଲୋକମାନେ ଅନ୍ତିମ ସଂସ୍କାର ବିଷୟରେ ଜାଣିବା ପରେ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇଥିଲେ । ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାମଲା ଛାନଭିନ୍‌ ଆରମ୍ଭ କରିଥିଲା ପୋଲିସ୍‌ ।

ତେବେ ସବୁଠାରୁ ଦୁଃଖର କଥା ହେଲା ନିଜ ମୃତ୍ୟୁ ସମ୍ପର୍କରେ ଜାଣି ଯୁବତୀ ଜଣକ ଥାନାରେ ସାହାଯ୍ୟ ପାଇଁ ଗୁହାରୀ କରିଥିଲେ । ପୋଲିସ୍‌ ତାଙ୍କ କଥାକୁ ଟିକିଏ ବି ଗୁରୁତର ସହ ନେଇଥିଲେ ଆଜି ତାଙ୍କର ଜୀବନ ବଞ୍ଚି ଯାଇଥାଆନ୍ତା ।

ଏନେଇ ହାପୁଡ଼ ଏଏସ୍‌ପି ମୁକେଶ ଚନ୍ଦ୍ରା କହିଛନ୍ତି, ମୀନାକ୍ଷୀ ନାମକ ଯୁବତୀଙ୍କୁ ହତ୍ୟା କରିଛନ୍ତି ତାଙ୍କ ଭାଇ । ଏହି ମାମଲାରେ ୪  ହତ୍ୟା ଓ ପ୍ରମାଣ ଲୁଚାଇଥିବା ଅଭିଯୋଗରେ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏବେ ସୁଦ୍ଧା ଦୁଇ ଜଣଙ୍କୁ ଗିରଫ କରାଯାଇଛି ।