/odishatv-khabar/media/post_attachments/uploadimage/library/16_9/16_9_0/murder_1755336011.jpg)
murder
ପ୍ରେମ କଲା ଝିଅ, ହାଣିଦେଲା ବାପା । ସମାଜରେ ବଦନାମୀକୁ ଡରି ଝିଅ ରକ୍ତରେ ହୋଲି ଖେଳିଲା । ଯାହାକୁ କୋଳେଇ କାଖେଇ ମଣିଷ କରିଥିଲା, ସେଇ ଝିଅର ମୁଣ୍ଡରୁ ଗଣ୍ଡି ଅଲଗା କରି କେନାଲ୍ରେ ଫିଙ୍ଗିଲା । ଆଉ ବାପାର ଏଇ ନୃଶଂସ କାଣ୍ଡରେ ସାମିଲ ଥିଲା ସାବତ ମାଆ ।
ଉତ୍ତରପ୍ରଦେଶ ହାଥରସରୁ ସାମ୍ନାକୁ ଆସିଛି ଅନର କିଲିଂର ଏ ଛାତିଥରା ଘଟଣା... ହସରତ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ନିଜ ୧୯ ବର୍ଷୀୟା ଝିଅକୁ ନିର୍ମମ ଭାବେ ହତ୍ୟା କରିଛି । ମୃତ ଯୁବତୀଙ୍କ ନାଁ ତମନ୍ନା ।
ତମନ୍ନା ଗୋଟେ ପୁଅକୁ ଭଲ ପାଉଥିଲେ । ଏହାକୁ ବିରୋଧ କରୁଥିଲେ ବାପା । ସେ ପିଲା ସହ ମିଳାମିଶା ନକରିବାକୁ ଝିଅକୁ ବୁଝାଇଥିଲେ । କିନ୍ତୁ ସେଇ ପୁଅକୁ ବାହାହେବାକୁ ଜିଦ୍ ଧରିଥିଲା ଝିଅ । ଦୁଇ ଦୁଇଥର ତା ସହ ଘରୁ ବି ପଳାଇଥିଲା ।
ଝିଅ ବଞ୍ଚିରହିଲେ କାଳେ ବଦନାମୀ ହେବ । ତେଣୁ ତାକୁ ମାରିଦେବାକୁ ଶ୍ୱଶୁର ଓ ସ୍ତ୍ରୀ ସହ ମିଶି ହତ୍ୟା ଷଡଯନ୍ତ୍ର ରଚିଥିଲା ହସରତ । ଅଗଷ୍ଟ ୮ ତାରିଖ ଦିନ ଝିଅକୁ ଧରି ଶ୍ୱଶୁର ଘରକୁ ଯାଇଥିଲା । ସାଙ୍ଗରେ ସାବତ ମାଆ ବି ଥିଲା । ସେଠି ଖାଦ୍ୟରେ ନିଶା ଔଷଧ ମିଶାଇ ଝିଅକୁ ଖାଇବାକୁ ଦେଇଥିଲେ । ସେ ଅଚେତ ହୋଇଯିବା ପରେ ତା ତଣ୍ଟି ଚିପି ହତ୍ୟା କରିବା ସହ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଥିଲେ । ମୃତଦେହକୁ ବସ୍ତାରେ ବାନ୍ଧି କେନାଲ୍ରେ ଫିଙ୍ଗିଥିଲେ ।
ଗତ ୧୦ ତାରିଖରେ କେନାଲ୍ରୁ ମିଳିଥିଲା ଯୁବତୀଙ୍କୁ ମୁଣ୍ଡବିହୀନ ଶରୀର । କିଛି ଦୂରରେ କଟା ମୁଣ୍ଡ ବି ମିଳିଥିଲା । ମୃତଦେହ ଚିହ୍ନଟ ପାଇଁ ପୋଲିସ୍ ଯୁବତୀଙ୍କ ଡ୍ରେସ ଫଟୋ ସୋସିଆଲ ମିଡିଆରେ ଛାଡିଥିଲା । ସେଇ ଡ୍ରେସ୍ ତିଆରି କରିଥିବା ଗାଁର ଜଣେ ମହିଳା ଡ୍ରେସଟି ତମନ୍ନାଙ୍କ ହୋଇଥିବା ଚିହ୍ନି ପାରିଥିଲେ । ଯାହାପରେ ଜଣାପଡିଥିଲା ପୂରା ଘଟଣା । ମାମଲାର ତଦନ୍ତ ପରେ ହତ୍ୟାକାରୀ ବାପା ସହ ସାବତ ମାଆ ଓ ସାବତ ଅଜାକୁ ଗିରଫ କରିଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)