• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଟ୍ରିକ ପରୀକ୍ଷାରେ ପିଲାଙ୍କୁ ଉତ୍ତର ଡାକି ନିଲମ୍ବିତ ହେଲେ ଶିକ୍ଷକ । ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ଫିରିଙ୍ଗିମାଲ ପଞ୍ଚାୟତ ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ ଛେଲିଆ ପୋଢଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଳମ୍ବିତ କରିଛନ୍ତି । ଗତ ଫେବୃୟାରୀ ୨୬ ତାରିଖ ସେଣ୍ଟର ସୁପରଭାଇଜର ଭାବେ ତହସିଲଦାର ଗାଇସିଲାଟ ସରକାରୀ ନୋଡାଲ ହାଇସ୍କୁଲକୁ ଗସ୍ତ କରିଥିଲେ । ସେ ସମୟରେ ଏକ ନମ୍ବର ରୁମରେ ପରୀକ୍ଷାର୍ଥୀଙ୍କୁ ଶିକ୍ଷକ ଛେଲିଆ ପୋଢ ପିଲାଙ୍କୁ ଉତ୍ତର ଡାକୁଥିଲେ । ସୁପରଭାଇଜର ତାଙ୍କୁ ଧରିବା ସହ ସବିଶେଷ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଗତ ୧୨ ତାରିଖ ତାଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଛି । ଜଣେ ସହକାରୀ ଶିକ୍ଷକ କିଭଳି ପରୀକ୍ଷା କେନ୍ଦ୍ର ଭିତରକୁ ଗଲେ, ତାଙ୍କୁ କିଏ ଅନୁମତି ଦେଇଥିଲା । ଏମିତିକି ସେ ପ୍ରଶ୍ନପତ୍ର କେଉଁଠୁ ପାଇଲେ ତାକୁ ନେଇ ପ୍ରଶ୍ନ ଉଠିଛି ।