/odishatv-khabar/media/post_attachments/uploadimage/library/16_9/16_9_0/MONEY__1678084304.jpg)
MONEY
ଗଞ୍ଜାମ ପାଟପୁର ଥାନା ଡେଙ୍ଗାଡ଼ି ଗାଁରେ ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ପତ୍ନୀଙ୍କ ମୃତଦେହ ସହ ସ୍ୱାମୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି । ଅନଲାଇନ୍ ମନି ଗେମ୍ ପାଇଁ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ସ୍ତ୍ରୀଙ୍କ ଜୀବନ ଯାଇଥିବା ବେଳେ ସ୍ୱାମୀଙ୍କୁ ଉଦ୍ଧାର କରାଯାଇଛି। ଉଭୟ ସ୍ୱାମୀ-ସ୍ତ୍ରୀ ଶିକ୍ଷକ-ଶିକ୍ଷୟିତ୍ରୀ ଥିବା ସୂଚନା ମିଳିଛି ।
Advertisment
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନଲାଇନ୍ ମନି ଗେମ୍ ପାଇଁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିତଦନ୍ତ ଆରମ୍ଭ କରିଛି ।
ପୂର୍ବରୁ ଅନଲାଇନ୍ ଗେମ୍ ଯୋଗୁଁ ଅନେକ ଲୋକ ଆତ୍ମହତ୍ୟା କରିଥିବା ନଜିର ରହିଛି । ଅନଲାଇନ୍ ଗେମ୍ରେ ବହୁ ଲୋକ ଠକାମୀର ଶିକାର ମଧ୍ୟ ହୋଇଛନ୍ତି । ହେଲେ ବର୍ତ୍ତମାନ ଗଞ୍ଜାମ ପାଟପୁର ଥାନା ଡେଙ୍ଗାଡ଼ି ଗାଁର ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)