• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ କଥା । କାହା ଘରେ ବା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ନହୁଏ । ଉଭୟଙ୍କ ମଧ୍ୟରେ ଝଗଡ଼ା ଯେମିତି ହୁଏ, ସମାଧାନ ବି ସେମିତି ହୁଏ । କେଇ ମିନିଟ ମଧ୍ୟରେ ପୁଣି ସ୍ୱାମୀ - ସ୍ତ୍ରୀ ଏକାଠି ହୋଇଥାନ୍ତି । ଆଉ ସବୁ ଝଗଡ଼ା ଭୁଲି ଯାଆନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦମ୍ପତ୍ତିଙ୍କ କଳି ବିଷୟରେ କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ସ୍ୱାମୀ ବୁବାଲନ୍‌, ବୟସ ୩୫ । ଘର ଚେନ୍ନାଇର କୋରାଟୁର ଅଞ୍ଚଳରେ । ବୁବାଲନ ଦିନେ ଏକ ସେକେଣ୍ଡ ହାଣ୍ଡ୍ ଗାଡ଼ି ଦୋକାନକୁ ଯାଇଥିଲେ । ତାଙ୍କର ଉଦେଶ୍ୟ ଥିଲା ସେଠାରୁ ତାଙ୍କ ଗାଡ଼ି ପାଇଁ କିଛି ପୁରୁଣା ପାର୍ଟସ ଆଣିବେ । କିନ୍ତୁ ସେଠାରେ ଯାହା ଘଟିଗଲା, ତାହା ଆପଣଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିବ । କାହିଁକି ଏମିତି ହେଲା ?

ବୁବାଲନ ଦୋକାନକୁ ଯାଇ ପାର୍ଟସ କିଣୁଥିବା ବେଳେ ପତ୍ନୀଙ୍କ ସହ କୌଣସି କାରଣରୁ ଝଗଡ଼ା ହେଲା । ଆଉ ସେହି ରାଗରେ ଦୋକାନରେ ବିକ୍ରି ପାଇଁ ଥିବା ୨୦ଟି ପୁରୁଣା ଗାଡ଼ିକୁ ସେ ଭାଙ୍ଗିଦେଲେ । ଏଇ ପୁରା ଘଟଣା ସିସିଟିଭିରେ କଏଦ୍ ହୋଇଛି । ଦୋକାନ ମାଲିକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରୁଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁବାଲନ ନାମକ ବ୍ୟକ୍ତି କିଛି ଦିନ ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେ ଦୁଇ ଦିନ ହେବ ସେଠାରୁ ବାହାରିଛନ୍ତି । ପୂର୍ବରୂ ସେ ଖୁବ୍‌ ନିଶା ସେବନ କରୁଥିଲେ । ଯାହାର ପରିଣାମରେ ଏଭଳି ସ୍ଥିତି ଉପୁଜିଛି । ଅନ୍ୟପଟେ ପୋଲିସ ବୁବାଲନଙ୍କୁ ଗିରଫ କରିଛି ।