/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659769039.jpg)
Tahasildar Attacked
ମଦ ଧରପଗଡ଼ ବେଳେ ତହସିଲଦାରଙ୍କୁ ମାଡ଼ । ବ୍ରହ୍ମପୁର ପାତ୍ରପୁର ତହସିଲଦାର ସମେତ ୩ ଜଣଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ବେଆଇନ୍ ମଦ କାରବାର ଅଭିଯୋଗରେ ତହସିଲଦାର ଚଢ଼ାଉ କରିଥିଲେ । ଏହି ସମୟରେ ମଦ କାରବାର କରୁଥିବା ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଏମିତିକି ସ୍ଥାନୀୟ ଲୋକ ମଧ୍ୟ ଏହି ଆକ୍ରମଣରେ ସାମିଲ ଥିବା ଅଭିଯୋଗ ହୋଇଛି । ଲୋକଙ୍କ ଆକ୍ରମଣରେ ତହସିଲଦାରଙ୍କ ସମୟରେ ଅନ୍ୟ ଷ୍ଟାଫ୍ ମଧ୍ୟ ଆହତ ହୋଇଛନ୍ତି । ଲୋକଙ୍କ କବଳରୁ ପୋଲିସ ସେମାନଙ୍କୁ ଉଦ୍ଧାର କରି ୩ ଜଣ ଆହତଙ୍କୁ ସୁରଙ୍ଗି ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଘଟଣା ପାତ୍ରପୁର ବ୍ଲକ ଜରଡ଼ା ବୁଢ଼ିଘାଟିରେ ଘଟିଛି । ସରକାରୀ ଗାଡ଼ିକୁ ନିଜ ହେଫାଜତରେ ଆଣିବା ଲାଗି ପୋଲିସ ଉଦ୍ୟମ କରୁଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)