Advertisment

ଗୁମର ଫିଟାଇବ ଅର୍ପିତାଙ୍କ କଳା ଡାଏରୀ !

ସେହି ଡାଏରୀ ଭିତରେ ଲୁଚିରହିଛି ଅନେକ ରହସ୍ୟ।

author-image
Chandan Shishu
ଅଦ୍ୟତନ ହୋଇଛି
suspense over Black diary

suspense over Black diary

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ସ୍କାମ ପଦାକୁ ଆସିବା ପରେ ଖୋଲୁଛି ମନ୍ତ୍ରୀ ପାର୍ଥ ଚାଚାର୍ଜୀ ଓ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଗୋଟିଏ ପରେ ଗୋଟିଏ ଗୁମର। ଶିକ୍ଷକ ନିଯୁକ୍ତି ସ୍କାମକୁ ନେଇ ପାର୍ଥ ଓ ତାଙ୍କ ସହଯୋଗୀ ତଥା ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହାସହ ଇଡି ଅର୍ପିତାଙ୍କ ଆପାର୍ଟମେଣ୍ଟରୁ ନଗଦ ୨୦ କୋଟି ଟଙ୍କା ଜବତ କରିଥିଲା। ହେଲେ ଏକାକାଳୀନ ଏତେ ପରିମାଣର ଟଙ୍କା ଜବତ କରାଯିବା ପରେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। ହେଲେ ଅର୍ପିତାଙ୍କ ଘରୁ କେବଳ ଟଙ୍କା ମିଳିନଥିଲା, ଇଡି ହାତରେ ଲାଗିଥିଲା ଗୋଟିଏ କଳା ରଙ୍ଗର ଡାଏରୀ।

Advertisment

କୁହାଯାଉଛି- ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨ଟି ଡାଇରୀ ଜବତ ହୋଇଛି। ଗୋଟିଏ କଳା ଡାଇରୀ ଓ ଆଉ ଗୋଟିଏ ପକେଟ୍ ଡାଇରୀ ଜବତ ହୋଇଛି। ୪୦ ପୃଷ୍ଠାର କଳା ଡାଇରୀ ଓ ୧୬ ପୃଷ୍ଠାର ପକେଟ୍ ଡାଇରୀକୁ ନେଇ ତନାଘନା ଆରମ୍ଭ ହୋଇଛି। ସେହି ଡାଏରୀ ଭିତରେ ଲୁଚିରହିଛି ଅନେକ ରହସ୍ୟ। ଏପରିକି କାହାକୁ କେତେ ଟଙ୍କା ଦିଆଯାଇଛି, ସେଥିରେ ଉଲ୍ଲେଖ ରହିଛି। କୁହାଯାଉଛି ଓଡ଼ିଶା ଓ ତାମିଲନାଡୁରେ କିଛି ଫିଲ୍ମ ନିର୍ମାଣ କରିବାକୁ ଅର୍ପିତା ଟଙ୍କା ଖଟେଇଥିଲେ। ଶିକ୍ଷକ ନିଯୁକ୍ତି ସ୍କାମର ଟଙ୍କା ଓଡ଼ିଶାରେ ବି ଖର୍ଚ୍ଚ ହୋଇଛି l କିଛି ପ୍ରଯୋଜକଙ୍କ ସହ ଅର୍ପିତାଙ୍କ ଲିଙ୍କ୍ ରହିଛି। କିଏ ସେହି ପ୍ରଯୋଜକ ତାହା ଏବେ ବଡ଼ ପ୍ରଶ୍ନ। ଇଡି ରାଡାରରେ ଆସିବେ କି ସେମାନେ? ଏହି ଖବର ନେଇ ଚର୍ଚ୍ଚା ଜୋର୍ ଧରିଛି।

ଅର୍ପିତା ୨୦୦୮ରୁ ୨୦୧୪ ମଧ୍ୟରେ ବେଙ୍ଗଲି ଏବଂ ଓଡ଼ିଆ ଫିଲ୍ମ କରିଥିଲେ। ଓଡ଼ିଶାର କିଛି ପ୍ରଯୋଜକଙ୍କ ସହ ଅର୍ପିତାଙ୍କ ଲିଙ୍କ୍ ଥିବା କୁହାଯାଉଛି। ତେବେ ଓଡ଼ିଶାରେ ଯଦି ଟଙ୍କା ଖଟେଇଥିଲେ ଅର୍ପିତା ତେବେ କେଉଁ କେଉଁ ପ୍ରଯୋଜକଙ୍କ ପାଖକୁ ଯାଇଛି ଟଙ୍କା ? କିଏ ସେ ପ୍ରଯୋଜକ ? ଏପରି ଅନେକ ପ୍ରଶ୍ନ ଉଠିଛି। ଉଭୟଙ୍କ ଘରେ ଇଡି ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। କୁହାଯାଉଛି ବ୍ଲାକ୍ ଡାଏରୀରେ ସେ ସବୁ ବ୍ୟକ୍ତିଙ୍କର ନାଁ ରହିଛି, ଯେଉଁମାନେ ଶିକ୍ଷକ ନିଯୁକ୍ତି ପାଇଁ ବିପୁଳ ପରିମାଣର ଟଙ୍କା ଲାଞ୍ଚ ଆକାରରେ ନେଇଥିଲେ।

Advertisment

କେବଳ ସେତିକି ନୁହେଁ ସିସୋର ଚିଟଫଣ୍ଡ ବେଳେ ଶୁଭଙ୍କର ଡାଏରୀ ବି ଗୁମର ଖୋଲିଥିଲା। ସାରଦା ସ୍କାମ ବେଳେ ସୁଦୀପ୍ତଙ୍କ 'ଲାଲ୍ ଡାଏରୀ' ଆଉ ଏବେ ଅର୍ପିତାଙ୍କ 'ବ୍ଲାକ ଡାଏରୀ'କୁ ନେଇ ବଢିଛି ଚର୍ଚ୍ଚା। 

Arpita Mukharjee Suspense Over Black Diary
Advertisment
Advertisment