Advertisment

ଶୁଭଲକ୍ଷ୍ମୀ ମୃତ୍ୟୁକୁ ନେଇ ବଢିଚାଲିଛି ସସ୍‌ପେନ୍ସ !

ପୋଲିସ ସ୍କାନରରେ ସଂପର୍କୀୟ ମାମୁ ସହିତ ଏକାଧିକ ପୁରୁଷ ବନ୍ଧୁ । ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ ।

author-image
Satyendu Shekher Mishra
undefined

Subhalaxmi

ଆତ୍ମହତ୍ୟା ନା ହତ୍ୟା ? ଶନିବାର ରାତିରେ କଣ ଘଟିଥିଲା ? ଦୀପାଳି ବାର ଆଣ୍ଡ୍ ହୋଟେଲର ରୁମ୍ ନମ୍ବର ୨୦୫ । ଝୁଲନ୍ତା ଅବସ୍ଥା ମିଳିଥିଲା ଯୁକ୍ତ ଦୁଇ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତଦେହ । ୬ ଦିନ ବିତିଲାଣି, ମୃତ୍ୟୁର କାରଣ ଜଣାପଡ଼ିବ କଣ ଅଧିକ ରହସ୍ୟମୟ ହୋଇପଡିଛି। କେତେବଳେ ବୟଫ୍ରେଣ୍ଡ ତ ପୁଣି କେତେବେଳେ ସମ୍ପର୍କିୟ ମାମୁ ।

Advertisment

ସମୟ ଯେତେ ବଢ଼ୁଛି ଏମାନଙ୍କ ଉପରେ ସନ୍ଦେହ ଅଧିକ ଘନିଭୂତ ହେବାରେ ଲାଗିଛି। ଆଉ ଏହାରି ଭିତରେ ପୋଲିସ୍ ହାତରେ ଲାଗିଛି କିଛି ଚାଞ୍ଚଲ୍ୟକର ତଥ୍ୟ। ଶୁଭଲକ୍ଷ୍ମୀଙ୍କ ଗୋଟିଏ ଫୋନର କଲ୍ ଡିଟେଲ୍ ରେକର୍ଡ-CDRର ଯାଞ୍ଚ ବେଳେ ମିଳିଛି ଏକ ଭିଡିଓର ସୁରାକ୍। କୁହାଯାଉଛି, ଶୁଭଲକ୍ଷ୍ମୀଙ୍କ ଏକ MMSକୁ ନେଇ ତାଙ୍କୁ ମିଳୁଥିଲା ଧମକ । ବାରମ୍ବାର ଫୋନରେ କିଛି ନିର୍ଦ୍ଦିଷ୍ଟ ନମ୍ବରରୁ ବ୍ଲାକମେଲ୍ କରାଯାଉଥିଲା । ହ୍ୱାଟସଆପ୍ ମେସେଞ୍ଜର ଚାଟ୍ କୁ ଯାଞ୍ଚ କରିବା ପରେ ଆହୁରି ଅନେକ ତଥ୍ୟ ପୋଲିସ୍ ହାତରେ ଲାଗିଛି। ଫୋନରେ ଶୁଭଲକ୍ଷ୍ମୀଙ୍କ ଚାଟ୍ ଥିବା ବେଳେ ଆରପଟର ମେସେଜ୍ ଡିଲିଟ୍ କରାଯାଇଛି, ତେଣୁ ଏନେଇ ସନ୍ଦେହ ଅଧିକ ବଢ଼ିଛି।

ଏବେ ସ୍କାନରରେ ସମ୍ପର୍କିୟ ମାମୁ ରାଜେନ୍ଦ୍ର ପାଢ଼ୀ, ଦୁଇ ପୁରୁଷ ବନ୍ଧୁ ଅନୀଲ ଓ ସଞ୍ଜୟ ଏବଂ ଭିଡିଓରେ ଥିବା ବ୍ୟକ୍ତି। ଗତ ଦୁଇ ବର୍ଷ ଧରି ସମ୍ପର୍କିୟ ମାମୁ ରାଜେନ୍ଦ୍ରଙ୍କ ପାଖରେ ରହୁଥିଲେ ଶୁଭଲକ୍ଷ୍ମୀ। ତାଙ୍କୁ ବାରରେ ସେ ହିଁ ନିୟୋଜିତ କରିଥିଲେ ବୋଲି କହିଛନ୍ତି ରାଜେନ୍ଦ୍ର। ହେଲେ ହଠାତ୍ ଏମିତି କଣ ହେଲା କି ଗତ ତିନି ମାସ ତାଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ ଶୁଭଲକ୍ଷ୍ମୀ ? ଭିଡିଓ ବିଷୟରେ ଜାଣିଥିଲେ କି ରାଜେନ୍ଦ୍ର ? ସେପଟେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ନିଜ ଆଡୁ ମାମଲା ରୁଜୁ କରିବା ସହ ଭୁବନେଶ୍ବର ଡିସିପିଙ୍କୁ ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଶୁଭଲକ୍ଷ୍ମୀଙ୍କ ଆଉ ଏକ ମୋବାଇଲକୁ ବି ଜବତ କରି ଷ୍ଟେଟ୍ ଫରେନସିକ୍ ଲ୍ୟାବକୁ ପଠାଯାଇଛିା ଅନୁମାନ କରାଯାଉଛି, ଏହି ଫୋନ୍ ଅନେକ ରହସ୍ୟ ଉପରୁ ପରଦା ହଟାଇବ।

Crime Against Women
Advertisment
Advertisment