/odishatv-khabar/media/post_attachments/uploadimage/library/16_9/16_9_0/Vigilance_1701326429.jpg)
Vigilance
ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଲେ କନିଷ୍ଠ ଯନ୍ତ୍ରୀ । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଯନ୍ତ୍ରୀ ଜଣକ ଛାତ ଡେଇଁ ଚମ୍ପଟ ମାରିଥିଲେ । ଖସି ପଳାଇଥିବା JE ଜଣକ ହେଲେ ସୁନୀଲ ପାଢ଼ୀ । ସେ ପଡ଼ିଶା ଘର ଛାତକୁ ଡେଇଁ ପଳାଇଥିଲେ । ଏନେଇ ସ୍ପଷ୍ଟ କରିଛି ଭିଜିଲାନ୍ସ ।
Advertisment
ସୁନୀଲ ପାଢ଼ୀ ଭୁବନେଶ୍ବର RWS&Sର କନିଷ୍ଠ ଯନ୍ତ୍ରୀ ଅଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଆଜି ଭୋରରୁ ଜାଗମରା ଘରେ ରେଡ୍ ପାଇଁ କବାଟ ବାଡ଼େଇଥିଲା ଭିଜିଲାନ୍ସ ଟିମ୍ । ତେବେ ଏତେକି ବେଳେ ଜେଇ ଜଣକ ଛାତ ଡେଇଁ ପଳାଇଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ରେଡ୍ କରୁଛି ।
ସୁନୀଲଙ୍କ ସୁନାମ୍ଭ ସ୍ଥିତ ପୈତୃକ ଘର, ଆସିକା ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପେକ୍ସ, ଭଂଜନଗର ସ୍ଥିତ ସମ୍ପର୍କୀୟ ଘର, ଭୁବନେଶ୍ବର ଜାଗମରା ଘରେ ଚଢଉ ଚାଲିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)