• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଥିବା କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢୀ ଧରା ପଡିଛନ୍ତି । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ସୁନୀଲ ଛାତ ଡେଇଁ ଚମ୍ପଟ ମାରିଥିଲେ । ସୁନୀଲ ପାଢ଼ୀ ଭୁବନେଶ୍ବର RWS&Sର କନିଷ୍ଠ ଯନ୍ତ୍ରୀ ଅଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଆଜି ଭୋରରୁ ଜାଗମରା ଘରେ ରେଡ୍ ପାଇଁ କବାଟ ବାଡ଼େଇଥିଲା ଭିଜିଲାନ୍ସ ଟିମ୍ ।

ତେବେ ଏତେକି ବେଳେ ଜେଇ ଜଣକ ଛାତ ଡେଇଁ ପଳାଇଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ରେଡ୍ କରୁଛି । ସୁନୀଲଙ୍କ ସୁନାମ୍ଭ ସ୍ଥିତ ପୈତୃକ ଘର, ଆସିକା ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପେକ୍ସ, ଭଂଜନଗର ସ୍ଥିତ ସମ୍ପର୍କୀୟ ଘର, ଭୁବନେଶ୍ବର ଜାଗମରା ଘରେ ଚଢଉ ଚାଲିଛି ।

ସେପଟେ ଧରାପଡିବା ପରେ ଫେରାର ହୋଇ ନଥିବା ସଫେଇ ଦେଇଛନ୍ତି ଜେଇ ସୁନୀଲ ପାଢୀ । ତେବେ ସେ ପଡ଼ିଶା ଘର ଛାତକୁ ଡେଇଁ ପଳାଇଥିଲେ । ଏନେଇ ସ୍ପଷ୍ଟ କରିଥିଲା ଭିଜିଲାନ୍ସ ।