/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661930904.jpg)
Special story
ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଂଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ବୟସ ପାଖାପାଖି ୩୫ ବର୍ଷ ହେବ । ତାଙ୍କ ନାମ ଶୁଭଶ୍ରୀ ମହାପାତ୍ର । ତାଙ୍କ ସ୍ୱାମୀ ଅନନ୍ତ ନାରାୟଣ ନାଥ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି । ଅନନ୍ତ ଘରେ ନଥିବାବେଳେ ଘର କବାଟ ଖୋଲା ଥିଲା ଏବଂ ମହିଳାଙ୍କ ମରଶରୀର ବେଡ୍ ଉପରେ ପଡି ରହିଥିଲା ।
Advertisment
୪ ବର୍ଷର ପୁଅ ଟ୍ୟୁସନରୁ ଫେରି ମା’ର ଏ ଅବସ୍ଥା ଦେଖି ପାଖ ପଡ଼ୋଶୀଙ୍କ ଜରିଆରେ ବାପାଙ୍କୁ ଫୋନରେ ଜଣାଇଥିଲେ । ଘରେ ପହଂଚି ମହିଳାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ମହିଳାଙ୍କ ବେକରେ ଦାଗ ଥିବାରୁ ଆଶଙ୍କା ବଢ଼ିଛି । ତାଙ୍କର ଗଳା ଦବାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ତେବେ କେଉଁ କାରଣରୁ ମହଳାଙ୍କ ମୃତ୍ୟୁ ଘଟିଛି ହତ୍ୟା ନା ଆଉ କଣ କାରଣ ରହିଛି, ଏ ନେଇ ଦତନ୍ତ ଜାରି ରଖିଛି କମିଶନରେଟ ପୋଲିସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)