• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦେଲେ ଦିଦି । ଷଷ୍ଠ ଶ୍ରେଣୀ ଛାତ୍ରକୁ ସ୍କୁଲ୍‌ରେ ଦିଦିଙ୍କ ମୁଥ ମାଡ଼ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ରେ ଏଭଳି ଏକ ଅଭାବନୀୟ ଘଟଣା । କଙ୍କଡାହାଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାର୍ଥନା କ୍ଲାସ ବେଳେ ଛାତ୍ରଙ୍କୁ ବିଧା ମାରିବାରୁ ଛାତ୍ର ଜଣକ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛି ।

ଗୁରୁତର ଛାତ୍ର ଜଣଙ୍କ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଗଣପତି ମହାନ୍ତ । ମାଡ଼ ଖାଇବା ପରେ ଛାତିରେ ଗଭୀର ଯନ୍ତ୍ରଣା ହେବାରୁ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା । ବିଦ୍ୟାଳୟର ମିସ ମାମା ଦିଦି ଛାତ୍ର ଜଣଙ୍କୁ ପ୍ରାର୍ଥନା କ୍ଲାସରେ ନଖ ଦେଖାଇବା ବେଳେ ଛାତିକୁ ବିଧା ମାଡ଼ କରିଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ବିନ୍ଦି ହେଲା କାଳ; ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ, ଜୀବନ ହାରିଲେ ଛାତ୍ରୀ

ପରିବାର ଲୋକେ ଖବର ପାଇବା ମାତ୍ରେ ଛାତ୍ର ଜଣଙ୍କୁ ପ୍ରଥମେ କଙ୍କଡ଼ାହାଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଛାତ୍ର ଜଣକୁ କାମାକ୍ଷାନଗର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାର ତଦନ୍ତ ପରେ ଆକ୍ସନ ନେବାକୁ କଙ୍କଡାହାଡ଼ ବ୍ଲକ ଶିକ୍ଷାଧିକାରୀ ମତବ୍ୟକ୍ତ କରିଛନ୍ତି ।

  • Reported by:
  • Bidyadhar Baral