/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690425063.jpg)
online game
ଜୀବନ ନେଇଗଲା ଅନଲାଇନ୍ ଗେମ୍ । ଅନଲାଇନ୍ ଗେମରେ ଲକ୍ଷାଧିକ ଟଙ୍କା ହରାଇ ଶେଷରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଗୁଡ଼ ଅଞ୍ଚଳର । ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ର ଉଦୟ କୁମାର ବେହେରା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଉଦୟଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ଅନେକ ଦିନ ହେଲା ସେ ଅନଲାଇନ ଗେମ ଖେଳି ସେଥିରେ ଲକ୍ଷାଧିକ ଟଙ୍କା ହରାଇଥିଲେ । ବାସୁଦେବପୁରର ଏକ ଘରୋଇ ହଷ୍ଟେଲରେ ରହି ପାଠ ପଢୁଥିବା ଉଦୟ ଦୁଇଦିନ ତଳେ ଘରକୁ ଆସିଥିଲେ । ଘରେ ଥିବାବେଳେ ମଧ୍ୟ ସେ ଅନଲାଇନ ଗେମରେ ବ୍ୟସ୍ତ ରହୁଥିଲେ, ଯାହାକୁ ନେଇ ତାଙ୍କ ମା ତାଙ୍କୁ ଅନେକ ବାର ବାରଣ ମଧ୍ୟ କରିଥିଲେ l କିନ୍ତୁ ଉଦୟ କାହା କଥା ନମାନି ଗେମ ଖେଳିବାରେ ବ୍ୟସ୍ତ ରହୁଥିଲେ l ତେବେ ଏଥିପାଇଁ ମାନସିକ ଚାପରେ ରହିବା ସହ କାହା ସହ କଥାବାର୍ତ୍ତା କରୁନଥିଲେ । ୨୬ ତାରିଖ ଦିନ ରାତିରେ ଖାଇପିଇ ସମସ୍ତେ ଶୋଇବାକୁ ଯାଇଥିବା ବେଳେ ଗତକାଲି ସକାଳେ ଫ୍ୟାନରେ ଗାମୁଛାରେ ରଶି ଲଗାଇଥିବା ତାଙ୍କ ମାଆ ଦେଖିଥିଲେ l
ଗ୍ରାମବାସୀ ଓ ସମ୍ପର୍କୀୟଙ୍କ ସହାୟତାରେ ଉଦୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୋର ପୁଲିସ ଶବ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଅନଲାଇନ ଗେମ ପ୍ରଭାବରେ ଯୁବପିଢି ଆସି ଏହି ଭଳି ଭାବେ ଅର୍ଥ ହରାଇବା ସହିତ ମାନସିକ ଚାପରେ ପଡି ଜୀବନ ହାରୁଛନ୍ତି l ତେବେ ଏହା ପ୍ରଥର ଘଟଣା ନୁହେଁ, ପୂର୍ବରୁ ଏହି ଗାଁ ସମେତ ରାଜ୍ୟର ଅନେକ ଅଞ୍ଚଳର ପିଲାମାନେ ଅନଲାଇନ ଗେମ ଖେଳି ଅର୍ଥ ହରାଇବା ସହିତ ଭୁଲ ନିଷ୍ପତ୍ତି ନେଇଛନ୍ତି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)