• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଜେଲରେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ।

  • ଜେଲରେ ଥାଇ ବି ସଂଗଠନ ଚଳାଉଛନ୍ତି ଏହି ତଥାତଥିତ ମାନବବାଦୀ ।

  • ପୁଅ ଜରିଆରେ ଲୋକଙ୍କୁ ଧମକ ଚମକ ଦେଉଛନ୍ତି !

ଭୁବନେଶ୍ୱର: ଜେଲରେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜେଲରେ ଥାଇ ବି ସଂଗଠନ ଚଳାଉଛନ୍ତି ଏହି ତଥାତଥିତ ମାନବବାଦୀ । ଜାମିନରେ ଥିବା ପୁଅ ଜରିଆରେ ଲୋକଙ୍କୁ ଧମକ ଚମକ ଦେଇ ମାନସ ଦାସ ପୁଣି ସଂଗଠନ ବିସ୍ତାର କରୁଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ରାତିରେ ଖୋର୍ଦ୍ଧା ବେଗୁନିଆର ଅଭିମାନପୁରରେ ଗ୍ରାମବାସୀଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦେଉଥିବା ବେଳେ ଦୁଇ ଜଣ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦିଆଯାଇଛି । ଆଜି ବେଗୁନିଆ ଥାନାରେ ସେମାନଙ୍କ ନାଁରେ ଏତଲା ଦେବା ସହ ସୁରକ୍ଷା ଦାବି କରିଛନ୍ତି ଗ୍ରାମବାସୀ ।

ତେବେ ଏହି ଘଟଣାରୁ ସ୍ପଷ୍ଟ ଯେ, ଜେଲରୁ ପରିଚାଳିତ ହେଉଛି ମାନବବାଦ ସଂଗଠନ ! ଗାଁ ଗାଁରେ ଏବେବି ଆତଙ୍କ ଖେଳାଉଛନ୍ତି ସଂଗଠନ ସଦସ୍ୟ । ମଙ୍ଗଳବାର ରାତିରେ ତଥାକଥିତ ଗୁରୁଜୀଙ୍କ କଥାରେ ଉଠବସ ହେଉଥିବା ଦୁଇ ଚେଲାଙ୍କୁ କାବୁ କରିଛନ୍ତି ଖୋର୍ଦ୍ଧା ବେଗୁନିଆର ଅଭିମାନପୁର ଗ୍ରାମବାସୀ । ନିଜକୁ ମାନବବାଦ ସଂଗଠନର ସଦସ୍ୟ କହି ଗାଁରେ ଆତଙ୍କ ଖେଳାଇଥିଲେ ଏହି ଯୁବକମାନେ । ବୋମା ଓ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିଥିଲେ । ସଫା ସଫା ଧମକ ଦେଇଥିଲେ, ସଂଗଠନ ବିରୋଧରେ ମୁହଁ ଖୋଲିଲେ କିମ୍ବା ସାକ୍ଷୀ ଦେଲେ ତାର ପରିଣାମ ଭୋଗିବାକୁ ପଡିବ । ତେବେ ଗାଁଲୋକ ଏକାଠି ହୋଇ ୨ ଜଣଙ୍କୁ କାବୁ କରିଥିଲେ ଏବଂ ପୋଲିସ ଜିମା ଦେଇଥିଲେ । ଆଜି ବେଗୁନିଆ ଥାନାରେ ସଂପୃକ୍ତ ଯୁବକଙ୍କ ବିରୋଧରେ ଏତଲା ଦେବା ସହ ସୁରକ୍ଷା ଯୋଗାଇବାକୁ ପୋଲିସକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

ଏଭଳି ସ୍ଥିତିରେ ମାନବବାଦ ସଂଗଠନକୁ ଅସିଦ୍ଧ ଘୋଷଣା କରିବା ସହ ଆତଙ୍କ ସୃଷ୍ଟି କରୁଥିବା ସଂଗଠନର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଗିରଫ କରିବାକୁ ଦାବି ହୋଇଛି । କିଛି ଦିନ ତଳେ ରାଜ୍ୟର ୧୫ଟି ଆଦିବାସୀ ସଂଗଠନ ମିଳିତ ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ହେଲେ ପୋଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ସଂଗଠନ ପୁଣି ଅରାଜକତା ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି ।