/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686763949.jpg)
stealing Rs 1 lakh to buy iPhone, boy kills self
ଘରୁ ଚୋରି କରି ଆଇଫୋନ୍ କିଣିଲା ପୁଅ, ଧରା ପଡ଼ିବାରୁ ଜୀବନ ହାରିଦେଲା। ୧୭ ବର୍ଷର ପୁଅ ଟଙ୍କା ଚୋରି କରି ଲକ୍ଷେ ଟଙ୍କାର ଆଇ ଫୋନ୍ କିଣିଥିଲା। ଘରେ ଜାଣିବା ପରେ ପରିବାର ଲୋକେ ତାଗିଦ୍ କରିଥିଲେ, ଯାହାକୁ ସହିପାରିନଥିଲା ପୁଅ। ଉତ୍ତରପ୍ରଦେଶ ସ୍ଥିତ ଗାଜିପୁରର ରାଜବର୍ଦ୍ଧନ ଯାଦବ ପାଠପଢା ପାଇଁ ମିରା ରୋଡ୍ରେ ଥିବା ମାମୁ ଘରେ ରହୁଥିଲେ।
ରାଜବର୍ଦ୍ଧନଙ୍କ ବାପା ଚାଷବାସ କରନ୍ତି। ସେ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ରୁହନ୍ତି। ରେଳ ଟ୍ରାକ୍ ନିକଟରେ ଥିବା ଏକ ଗଛରେ ଝୁଲିପଡ଼ିଥିବା ନେଇ ପୋଲିସ ଖବର ମିଳିଥିଲା। ତେବେ ମୃତଦେହର ସାର୍ଟ ଓ ପ୍ୟାଣ୍ଟ ପକେଟ୍ରୁ ଆଇଫୋନ୍, ଆଇଡି କାର୍ଡ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଲିସ ଜବତ କରିଥିଲା। ତାପରେ ମୃତକଙ୍କ ମାମୁଙ୍କୁ ଖବର ଦିଆଯାଇଥିଲା। ମାମୁ ମୃତଦେହକୁ ଚିହ୍ନିବା ପରେ ପୋଲିସ୍ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ମହାତ୍ମା ଫୁଲେ ଥାନାର ପୋଲିସ ଇନ୍ସପେକ୍ଟର ଅଶୋକ ହନମାନେଙ୍କ କହିବାନୁସାରେ ରାଜବର୍ଦ୍ଧନ ୪୫ ପ୍ରତିଶତ ମାର୍କ ରଖି ମାଟ୍ରିକ୍ ପରୀକ୍ଷା ପାସ୍ କରିଥିଲେ। ଘରକୁ ଯାଇଥିବା ବେଳେ ସେ ୧ ଲକ୍ଷ ଟଙ୍କା ନିଜ ଘରୁ ହିଁ ଚୋରି କରିଥିଲେ। କିନ୍ତୁ ଏହି ଟଙ୍କା ବାପା ତାଙ୍କ ଝିଅ ବାହାଘର ସଂଞ୍ଚିତ କରିଥିଲେ। ରାଜବର୍ଦ୍ଧନ ସେହି ଟଙ୍କା ଚୋରି କରି ଗୋଟିଏ ଆଇଫୋନ୍ କିଣିନେଇଥିଲେ।
ଯେତେବେଳେ ଟଙ୍କା ଚୋରି ହେବା କଥା ବାପା ଜାଣିଥିଲେ, ସେତେବେଳେ ପୁଅକୁ ଫୋନ୍ କରି ଡ଼କାଇଥିଲେ। ଏହାପରେ ବାପା ଗାଳି ଦେବାରୁ ସେ ସେଠାରୁ ଚାଲିଯାଇ ଜୀବନ ହାରିଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)