• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାପା ନାଁରେ ଝିଅ ଆଣିଛି ସାଙ୍ଗାତିକ ଅଭିଯୋଗ । ମାସେ ନୁହେଁ କି ବର୍ଷେ ନୁହେଁ ବରଂ ୪ ବର୍ଷ ହେଲାଣି ଝିଅ ସହ ଜୋରଜବରଦସ୍ତ ବାପା ରଖୁଛନ୍ତି ଶାରୀରିକ ସମ୍ପର୍କ । ଏନେଇ ଝିଅ ଥାନାରେ ଅଭିଯୋଗ କଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ।

କେନ୍ଦ୍ରାପଡା ଆଳିର ଯୁବତୀ । ବୟସ-୨୭ ହେଲାଣି । ସେ ନିଜ ବାପାଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । କହିଛନ୍ତି, ୨୦୧୮ ମସିହାରୁ ତାଙ୍କ ବାପା ତାଙ୍କ ସହ ଶାରିରୀକ ସମ୍ପର୍କ ରଖୁଛନ୍ତି । ବାରମ୍ବାର ଆପତ୍ତି କରିବା ପରେ ବି କୌଣସି ଲାଭ ହେଉନି । ଏମିତିକି ଥାନାରେ ମାମଲା ବି ରୁଜୁ କରିଛନ୍ତି । ଆଉ ୧୬୪ ଧାରା ଅନୁସାରେ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ବୟାନ ବି ରେକର୍ଡ ହୋଇଛି । ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ । ଏମିତିକି ବୟାନ ବଦଳାଇବା ପାଇଁ ମଧ୍ୟ ଚାପ ସୃଷ୍ଟି କରାଯାଉଥିବା ଅଭିଯୋଗ ଆଣିଛନ୍ତି ଯୁବତୀ । କାରଣ ତାଙ୍କ ବାପା ଦିବାକର ଦାସ ପୋଲିସ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟରତ ।

ବାପାଙ୍କ ନାଁରେ ଅଭିଯୋଗ ଆଣିବା ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ କେନ୍ଦ୍ରାପଡା ଯିବାକୁ ଉଚିତ୍‌ ମନେ କରୁନାହାନ୍ତି । ଏମିତିକି ଏନେଇ ସେ ମହିଳା କମିଶନରେ ଅଭିଯୋଗ ବି କରିଛନ୍ତି । ଅଭିଯୋଗ ପରେ ମାମଲାକୁ ପଟ୍ଟାମୁଣ୍ଡାଇ ଥାନାକୁ ଟ୍ରାନ୍ସଫର କରାଯାଇଛି । ହେଲେ ଆଶ୍ଚର୍ଯ୍ୟର କଥା ଏତେ ସବୁ ପରେ ବି ପୋଲିସ ଚୁପ୍‌ । 

(ରିପୋର୍ଟ- ନିରଜଂନ ରେଡ୍ଡୀ, ଭୁବନେଶ୍ୱର)