• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିଲାଙ୍କୁ ଟ୍ୟୁସନ୍‌ କରିବାକୁ ଆସୁଥିଲେ ସାର୍‌ । ହେଲେ ପିଲାଙ୍କ ମା’ଙ୍କୁ ପଢ଼ାଇଲେ ପ୍ରେମ ପାଠ । ତାଙ୍କ ପ୍ରେମରେ ହେଲେ ଉବୁଟୁବୁ । ୩ ବର୍ଷର କୁନି ପୁଅ ପ୍ରତିବନ୍ଧକ ସାଜିବାରୁ ଜନ୍ମକଲା ମା’ ଓ ତାଙ୍କ ପ୍ରେମିକ ମିଶି ମାରିଦେଲେ । ଏପରି ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ । ଆମେ କହୁଛୁ ପଟ୍ଟାମୁଣ୍ଡାଇ ଥାନା ମାଟିଆପଡ଼ା ଗାଁର ସୁକାନ୍ତ ନାଥଙ୍କ କଥା । ସେ ଦୁହିଡ଼ିପୁର ଗାଁର ରଶ୍ମୀତାଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା । ସୁକାନ୍ତ ରାଜ୍ୟ ବାହାରେ କାମ କରୁଥିଲେ । ଆଉ ପରିବାର ବେଶ୍‌ ଭଲରେ ଚଳୁଥିଲା ।

ତେବେ ବଡ ପୁଅ ଓ ଝିଅଙ୍କ ପାଠ ପଢା ପାଇଁ ପଟ୍ଟାମୁଣ୍ଡାଇ ଟାଉନ୍‌କୁ ପଳାଇ ଆସିଥିଲେ ରଶ୍ମିତା । ଆଉ ଏହା ପରେ ବଡ଼ପୁଅ ଓ ଝିଅଙ୍କୁ ପାଠ ପଢ଼ାଇବା ଲାଗି ଆସିଥିଲେ ଜଣେ ଟ୍ୟୁସନ୍‌ ମାଷ୍ଟର । ମାଷ୍ଟ୍ରେ ଆଜ୍ଞା ପିଲାଙ୍କୁ ପାଠ କମ୍‌, କିନ୍ତୁ ତାଙ୍କ ମା’ଙ୍କୁ ଅଧିକ ପ୍ରେମ ପାଠ ପଢ଼ାଇବା ଆରମ୍ଭ କରିଥିଲେ । ବେଶ୍‌ କିଛି ଦିନ ଆଖିଆଖିର ଲଢ଼େଇ ପରେ ଆରମ୍ଭ ହୋଇଥିବା ପ୍ରେମରେ ପୂରା ଉବୁଟୁବୁ ହେଉଥିଲେ ରଶ୍ମିତା ।

ରଶ୍ମୀତାଙ୍କ ବଡ଼ ପୁଅ ଓ ଝିଅ ସବୁ ଜାଣିପାରୁଥିଲେ । ହେଲେ ମାଡ଼ ଭୟରେ ମୁହଁ ଖୋଲୁ ନଥିଲେ । ଯେଉଁଦିନ ଟ୍ୟୁସନ୍‌ ରହୁନଥିଲା, ସେଦିନ ରଶ୍ମୀତାଙ୍କ ବଡ଼ପୁଅ ଓ ଝିଅ ମାମୁଁ ଘରକୁ ପଳାଇ ଯାଉଥିଲେ । ଆଉ ଟ୍ୟୁସନ ସାର୍‌ ତାଙ୍କ ପ୍ରେମିକା ରଶ୍ମୀତାଙ୍କ ଘରକୁ ଆସୁଥିଲେ । ଆଉ ତାଙ୍କ ସହ ପୂରା ଦିନ କାଟୁଥିଲେ ।

ତେବେ ପ୍ରେମିକ ସାରଙ୍କ ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ରଶ୍ମୀତାଙ୍କ ୩ ବର୍ଷର ପୁଅ । ତେଣୁ ଛୁଆକୁ ରାସ୍ତାରୁ ହଟାଇବା ପାଇଁ ଉଭୟ କରିଥିଲେ ମାଷ୍ଟର ପ୍ଲାନ୍‌ । ଯୋଜନା ଅନୁସାରେ, ଗତ ଶନିବାର ଅର୍ଥାତ୍‌ ଅକ୍ଟୋବର ୧ତାରିଖରେ ରଶ୍ମୀତା ଓ ତାଙ୍କ ପ୍ରେମିକ, ଛୁଆକୁ ତଳେ କଚାଡ଼ି ଦେଇଥିଲେ । ପରେ କିଛି ନଜାଣିଲା ଭଳି ଛୁଆକୁ ଧରି ମେଡିକାଲ୍‌ ଯାଇଥିଲେ ରଶ୍ମୀତା । ଆଉ ମୃତ ଘୋଷଣା ପରେ ଛୁଆକୁ ପୋତି ଦେଇଥିଲେ ରଶ୍ମିତା ।

୩ ବର୍ଷର ସାନ ଭାଇର ମୃତ୍ୟୁ ହେଲା କେମିତି ? ଭାଇ ମୃତ୍ୟୁର କାହାଣୀ ଜାଣିଥିଲେ ବଡ ଭାଇ-ଭଉଣୀ । ମୁହଁ ବନ୍ଦ କରିବାକୁ ଦୁଇ ପିଲାଙ୍କୁ ପ୍ରବଳ ମାରିଥିଲେ ରଶ୍ମିତା । ସବୁ କିଛି ସରିବା ପରେ ରଶ୍ମିତାଙ୍କ ଘରେ ପହଞ୍ଚିଥିଲେ ଟ୍ୟୁସନ୍‌ ସାର । ଆଉ ନିଜର ଶାରୀରିକ ଭୋକ ମେଣ୍ଟାଇବା ପାଇଁ ଚାହିଁଥିଲେ । ହେଲେ ରଶ୍ମିତା ବାରଣ କରିବା ସହ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତୁର୍କ ହୋଇଥିଲା । ଏମିତିକି ରଶ୍ମିତା ଥାନାରେ ପହଞ୍ଚିବା ପରେ ଟ୍ୟୁସନ ସାରଙ୍କ ନାଁରେ ଅଶ୍ଳୀଳ ଇଙ୍ଗୀତର ଅଭିଯୋଗ ବି ଆଣିଥିଲେ । ଆଉ ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କଲା ।

ସେପଟେ ରବିବାର ଟ୍ୟୁସନ ସାରଙ୍କୁ ଘରେ ଦେଖିବା ପରେ ବଡ଼ ଝିଅ ପାଟି କରିବା ସହିତ ସବୁ ସତ କହିଦେଇଥିଲା । ଆଉ ପରିବାର ଲୋକ ସମ୍ପୃକ୍ତ ଟ୍ୟୁସନ ସାରଙ୍କୁ ଧରିବା ସହ ପୋଲିସର ଜିମା ଦେଇଥିଲେ । ଆଉ ପୋଲିସ ଆଗରେ ସବୁ ସତ ମାନିଯାଇଥିଲେ ରଶ୍ମିତା ଓ ଟ୍ୟୁସନ ସାର୍‌ । ଆଉ ସତ ଜାଣିବା ପରେ ପୁରା ପରିବାର ଏବେ ଦୁଃଖରେ ଭାଙ୍ଗିପଡିଛି । ସେପଟେ ପୋଲିସ ଉଭୟଙ୍କୁ ଗିରଫ କରିବା ପରେ ମୃତ ଦେହର ପୋଷ୍ଟମର୍ଟମ କରିବାକୁ ପଠାଇଛି ।

(ରିପୋର୍ଟ- ପ୍ରବୀର ପ୍ରଧାନ, ପଟ୍ଟାମୁଣ୍ଡାଇ)