• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅର୍ଚ୍ଚନା- ହେସ୍‍, ମତେ ଇଡି ଅଫିସ୍‌ରେ ଭଲ ଲାଗୁନି, ଭାରି ଏକୁଟିଆ ଫିଲ୍‌ ହେଉଛି।

କନେଷ୍ଟବଳ- କାହିଁକି? ଆଗରୁ ଗର୍ଜୁଥିଲ? ଆଜି କାହିଁକି ଭଲ ଲାଗୁନି?

ଅର୍ଚ୍ଚନା- ଗର୍ଜୁଥିଲି ନା ଆଉ କିଛି...ସବୁ ସତ କହୁଥିଲି, ୩୦ ମିନିଟ୍ ଦେଇଥିଲେ ସବୁ କହିଦେଇଥାଆନ୍ତି।

କନେଷ୍ଟବଳ- କ'ଣ କହିଥାଆନ୍ତ?

ଅଧିକ ପଢ଼ନ୍ତୁ: ଅର୍ଚ୍ଚନାଙ୍କ ଚେତାବନୀ ! ୩୦ ମିନିଟ୍ ଦିଅ ସବୁ ପ୍ରମାଣ ଦେବି, ନେତା କି ମନ୍ତ୍ରୀ ସବୁ କହିବି

ଅର୍ଚ୍ଚନା- ରାତି ଅଧିଆ ଆସିଲା ବେଳକୁ ଖୁସି ଲାଗୁଥିଲା, ଏବେ କାହିଁକି ଲୁଚୁଛନ୍ତି? ପଣସ ଖାଇଲା କିଏ? ଅଠା ବୋଳା ହେଲା ମୋ ମୁଣ୍ତରେ?

କନେଷ୍ଟବଳ- ମାନେ?

ଅର୍ଚ୍ଚନା- ମୋର କିଛି ଦୋଷ ନାହିଁ, ସେମାନେ କାହିଁକି ଆସୁଥିଲେ? ମୁଁ କଣ ତାଙ୍କୁ ଡାକିଥିଲି?

 

କନେଷ୍ଟବଳ- କିଏ? କାହା କଥା କହୁଛ?

ଅର୍ଚ୍ଚନା- ଯେଉଁମାନେ ନିଜକୁ ସୋ କଲ୍‍ଡ ଭିକ୍ଟିମ କହୁଛନ୍ତି ତାଙ୍କରି କଥା

କନେଷ୍ଟବଳ- ହଁ କହୁନ

ଅର୍ଚ୍ଚନା- ତୁମକୁ କହିକି ଲାଭ କଣ? ମୁଁ ତ ସେଇଠି କହିଥାଆନ୍ତି । ନେତା, ମନ୍ତ୍ରୀ, ପୋଲିସ, ବ୍ୟୁରୋକ୍ରାଟ୍‍ କିଏ ଆସୁନଥିଲେ?

କନେଷ୍ଟବଳ- ନେତା ଯାଉଥିଲେ?

ଅର୍ଚ୍ଚନା- ହଁ...ସବୁ ଦଉଡୁଥିଲେ....କାମ ସରିବା ପରେ ଏବେ ଗାଏବ ହେଲେ ।

କନେଷ୍ଟବଳ- କୋଉ ଦଳର ନେତା ବେଶି ଯାଉଥିଲେ କି?

ଅର୍ଚ୍ଚନା- କୋଉ ଦଳ? ସବୁ ଦଳିଆ ଆଉଥିଲେ...ମୁଁ ତୁମକୁ କାହିଁକି କହିବି?

କନେଷ୍ଟବଳ- କୁହ...କିଏ କିଏ ଯାଉଥିଲେ?

ଅର୍ଚ୍ଚନା- ମୁଁ ତ କହିଲି ଅଧଘଂଟା ଦିଅ, ଯାହା କହିବାର କଥା କହିବି, ମୁହଁ ଖୋଲିଲେ ଓଡିଶା ଦୋହଲିଯିବ ।

କନେଷ୍ଟବଳ- ମୁହଁ ଖୋଲୁନ କାହିଁକି?

ଅର୍ଚ୍ଚନା- ମୁଁ ତ କମିଶନରେଟ୍‍ କଥା କହୁ କହୁ ମତେ ଭିଡିନେଲ, ଆଉ କଣ କହିଥାଆନ୍ତି?

କନେଷ୍ଟବଳ- ନାଁ କୁହ, ପୂରା ଟିମ୍‍ କଥା କାହିଁକି କହୁଛ?

ଅର୍ଚ୍ଚନା- ମୁଁ ଏବେ କିଛି କହିବା ମୁଡ୍‌ରେ ନାହିଁ, ସମୟ ଆସିଲେ ସବୁ କହିବି ।

କନେଷ୍ଟବଳ- କେବେ କହିବ?

ଅର୍ଚ୍ଚନା- ହେ ତୁମେ ଯାଅ ଏଠୁ...ମତେ ଏଠି ଜମା ଭଲ ଲାଗୁନି ।