/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705561937.jpg)
Loot from Apartment
ଗତ କିଛି ମାସ ଧରି କମିଶନରେଟ୍ ପୋଲିସର ନାକେଦମ କରିଥିବା ଆପାର୍ଟମେଣ୍ଟ ଚୋର ଧରାପଡ଼ିଲେ। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ଲୁଟ୍ ହୋଇଥିବା ସୁନା ଗହଣା ସହ ଟଙ୍କା ଜବତ କରିଛି ପୋଲିସ। ରାଜଧାନୀର ୫ ଆପାର୍ଟମେଣ୍ଟର ୧୨ ଫ୍ଲାଟ୍ରୁ ଚୋରି ହୋଇଥିଲା।
Advertisment
ଚନ୍ଦକା, ଇନ୍ଫୋସିଟ, ଭରତପୁର, ମାଞ୍ଚେଶ୍ୱର ଥାନା ଅଂଚଳରେ ଥିବା ଆପାର୍ଟମେଣ୍ଟରୁ ଏହି ଗ୍ୟାଙ୍ଗ କଳାକନା ବୁଲାଇଛି। ତେବେ ଗିରଫ ଅଭିଯୁକ୍ତମାନେ ବାହାର ରାଜ୍ୟର ହୋଇଥିବା ବେଳେ ଏମାନଙ୍କୁ ଧରିବା ପାଇଁ ସିସିଟିଭିରୁ ତଥ୍ୟ ମିଳିଥିଲା। ତେବେ ଚୋର ଗ୍ୟାଙ୍ଗର ଦୁଇ ଜଣ ଧରାପଡ଼ିଥିବା ବେଳେ ଅନ୍ୟମାନେ ଏବେ ବି ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ପ୍ରୟାସ ଜାରି ରହିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)