Advertisment

ପୋଲିସ ପଞ୍ଝାରେ ୫ ଗଞ୍ଜେଇ ମାଫିଆ; ଚଢୁଥିଲେ ଦାମୀ ଗାଡ଼ି, ମଡେଲ୍‌ ଆଣି କରୁଥିଲେ ରିଲ୍ସ

ଞ୍ଜେଇ ବିକ୍ରି ଟଙ୍କାରେ ରିଲ୍ସ କରିବା ପାଇଁ କୋଲକାତାରୁ ମଡେଲ ମଗାଉଥିଲା। ଓଡ଼ିଶାରୁ କୋଲକାତାକୁ ଗଞ୍ଜେଇ ଚାଲାଣ ପାଇଁ ଗାଡ଼ି ଭଡ଼ା ଦେଉଥିଲା ଲକ୍ଷେ ଟଙ୍କା।

author-image
Sonali Ojha
ଅଦ୍ୟତନ ହୋଇଛି
Ganja

Ganja

ରାଜଧାନୀରେ ଚାଲିଛି ନିଶା କାରବାର। ଏହାକୁ ରୋକିବାକୁ ଜୋରଦାର୍ ଅପରେସନ୍‌ ଚାଲିଛି।  କମିଶନରେଟ ପୋଲିସ ପଞ୍ଝାରେ ପଡିଛନ୍ତି ଗଞ୍ଜେଇ ମାଫିଆ। ୫ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ । ସେମାନଙ୍କ ଠାରୁ ୨ଟି ଦାମୀ ଗାଡ଼ି ସହ ୧୩୦ କେଜି ଗଂଜେଇ ଜବତ କରାଯାଇଛି।

Advertisment

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଜଙ୍କିଆର, ଜଣେ ଯାଜପୁରର ଏବଂ ଅନ୍ୟ ୨ଜଣ ପଶ୍ଚିମବଙ୍ଗର ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।ଏମାନଙ୍କର ମାଷ୍ଟର ମାଇଣ୍ଡ ହେଉଛି ଜଙ୍କିଆର ପୁଷ୍ପକ ଶ୍ରୀଚନ୍ଦନ। ପୁଷ୍ପକ ଜଣେ ବିଟେକ ଇଞ୍ଜିନିୟର ହୋଇଥିବା ପୋଲିସ ସୂଚନା ଦେଇଛି। କନ୍ଧମାଳ ଫିରିଙ୍ଗିଆରୁ ଗଞ୍ଜେଇ ଆଣି ଖୋର୍ଦ୍ଧା, ବମିଖାଲରେ ଏକ ଭଡ଼ା ଘରେ ଗଞେଇ ଷ୍ଟକ୍ ରଖୁଥିଲା।

କିଲୋପିଛା ୩ ହଜାର ଟଙ୍କାରେ ଗଂଜେଇ କିଣି କୋଲକାତାରେ ୮ ହଜାର ଟଙ୍କାରେ କିକ୍ରି କରୁଥିଲା। ସୁଯୋଗ ଦେଖି କୋଲକାତା ଚାଲାଣ କରୁଥିଲା ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର।  କେବଳ ଏତିକି ନୁହେଁ, ଗଞ୍ଜେଇ ବିକ୍ରି ଟଙ୍କାରେ ରିଲ୍ସ କରିବା ପାଇଁ କୋଲକାତାରୁ ମଡେଲ ମଗାଉଥିଲା। ଓଡ଼ିଶାରୁ କୋଲକାତାକୁ ଗଞ୍ଜେଇ ଚାଲାଣ ପାଇଁ ଗାଡ଼ି ଭଡ଼ା ଦେଉଥିଲା ଲକ୍ଷେ ଟଙ୍କା।

Advertisment

Commissionerate Police Ganja Seized
Advertisment
Advertisment