• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଯୁବତୀ ଏବଂ ମହିଳା ସୁରକ୍ଷା ନେଇ ଆଜି ବସିବ ବଡ଼ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପରେ ମୁଖ୍ୟ ଶାସନ ସଚିବ ବୈଠକ ଡାକିଛନ୍ତି । ଦିନ ୩ଟାରେ ଯୁବତୀ ଓ ମହିଳା ସଶକ୍ତିକରଣ ଏବଂ ନିରାପତ୍ତା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସର ବୈଠକରେ ଆଲୋଚନା ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଉନ୍ନୟନ କମିଶନରଙ୍କ ସହ ପୋଲିସ ଡିଜି ଉପସ୍ଥିତ ରହିବେ ।

ସେହିପରି ଗୃହ, ଅର୍ଥ, ବାଣିଜ୍ୟ ଓ ପରିବହନ, ଶ୍ରମ ଓ ନିୟୋଜନ, ଅନୁସୂଚିତ ଜନଜାତି ଓ ଜାତି, କ୍ରୀଡା ଓ ଯୁବ ବ୍ୟାପାର, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ସାମାଜିକ ସୁରକ୍ଷ ଓ ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ, ଦକ୍ଷତା ବିକାଶ ବିଭାଗର ସଚିବ ରହିବେ । କ୍ରାଇମ ଆଇଜି, ଇଷ୍ଟକୋଷ୍ଟ ରେଲଓ୍ୱେ ଅଧିକାରୀ, ଆଇନ ପ୍ରାଧିକରଣ ସେବାର ସଦସ୍ୟ ବି ଏହି ବୈଠକରେ ସାମିଲ ହେବେ ।

Also Read

ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାପାଳଙ୍କ ସହ ୟୁନିସେଫ ଏବଂ ୟୁନଏଫବିଏର ସଦସ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ୱିମେନ୍ସ ଷ୍ଟଡି ନିର୍ଦ୍ଦେଶକା ମଧ୍ୟ ସାମିଲ ହେବେ ବୈଠକରେ । ଗତ କିଛି ଦିନହେବ ରାଜ୍ୟରେ ଥମୁନି ଲଜ୍ଜା । ବଢୁଛି ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଅତ୍ୟାଚାର । ଗତ କିଛି ଦିନ ହେବ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଦୁଷ୍କର୍ମ ହୋଉଥିବା ଅଭିଯୋଗ ହେଉଛି । ରାଜଧାନୀ ଭୁବନେଶ୍ବର , ଯାଜପୁର, ଜଗତସିଂପୁର ଓ ଗଞ୍ଜାମରୁ ଲାଗତର ଆସୁଛି ମହିଳା ଓ ଯୁବତୀଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ ।

ରଜରେ ପୁରୁଷ ବନ୍ଧୁ ସହ ଜଣେ କଲେଜ ଛାତ୍ରୀ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବାବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ । ପୁରୁଷ ବନ୍ଧୁ ସାମ୍ନାରେ ନର ରୂପୀ ରାକ୍ଷସ ଝିଅଟିକୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସେହିଭଳି ଏଫ୍ଏମ୍ ପୀଡ଼ିତାଙ୍କ ମଧ୍ୟ ନିର୍ଯାତନା ଯୋଗୁ ଜୀବନ ଯାଇଛି । ଅଉ ଏବେ ବଳଙ୍ଗାରେ ଦୁର୍ବୃତ୍ତମାନେ ନାବଳିକାଙ୍କୁ ଜୀବନ୍ତ ଜାଳିବାକୁ ଚେଷ୍ଟା କରିବାବେଳେ ପୀଡ଼ିତା ଅଳ୍ପକେ ବର୍ତ୍ତି ଯାଉଛନ୍ତି । ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଥିବାବେଳ. ସଠୋରେ ତାଙ୍କର ଚିକିତ୍ସା ଚାଲିଛି । ଏବଂ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।

ଓଟିଭି ବିଜ୍ଞାପନ