Advertisment

ମୃତ୍ୟୁ ପୂର୍ବରୁ ଅଜୟଙ୍କୁ କାହିଁକି ଭୁଲ ମାଗିଥିଲେ ସୌମ୍ୟ, ଖୋଲିଲେ ଗୁମର

୨୦୨୦ରେ ସୌମ୍ୟଙ୍କ ସହ ତାଙ୍କ ପ୍ରେମିକା ଫ୍ରେଣ୍ଡସିପ୍ ରଖିଥିବା ଜାଣିପାରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Youth Suicide

Youth Suicide

ଭୁବନେଶ୍ୱର: ପ୍ରେମରେ ଧୋକ୍କା ଖାଇ ରାଜଧାନୀର ଜଣେ ଯୁବ ମଡେଲର୍‌ଙ୍କ ଆତ୍ମହତ୍ୟା ମାମଲାରେ ନୂଆ ନୂଆ କାହାଣୀ। ଆତ୍ମହତ୍ୟା କରିଥିବା ଯୁବ ମଡ଼େଲ୍ ସୌମ୍ୟରଂଜନ ପାଣିଗ୍ରାହୀଙ୍କ ପୂର୍ବରୁ ସୋନାଲିଙ୍କ ଜୀବନରେ ଆସିଥିଲେ ଓଲିଉଡ୍‌ର ଜଣେ ଯୁବ ନିର୍ଦ୍ଦେଶକ ଅଜୟ। ସୌମ୍ୟ ବି ଆତ୍ମହତ୍ୟା ପୂର୍ବରୁ ଅଜୟଙ୍କୁ କ୍ଷମା ମାଗିଛନ୍ତି ସୁଇସାଇଡ୍ ନୋଟ୍‌ରେ। ଏପରିକି ଅନୁତାପ କରି ମୋବାଇଲ୍‌ରେ ମେସେଜ୍ ପଠାଇଛନ୍ତି Im Sorry Ajay। ମୁଁ ତମକୁ କଷ୍ଟ ଦେଇଛି। ଯିଏ ଆଜି ମୁହଁ ଖୋଲିବା ସହ ଆତ୍ମହତ୍ୟା ପୂର୍ବରୁ ସୌମ୍ୟରଂଜନଙ୍କ ଶେଷ ମେସେଜ୍‌ର ଗୁମର ଖୋଲିଛନ୍ତି।

Advertisment

ଅଜୟ ପାଢୀ। ଓଲିଉଡ୍‌ର ଜଣେ ଯୁବ ନିର୍ଦ୍ଦେଶକ। ତାଙ୍କ କହିବା କଥା, ସୌମ୍ୟଙ୍କ ଆଗରୁ ସୋନାଲିଙ୍କର ଥିଲେ ପ୍ରେମିକ। ୨୦୧୮ରୁ ଉଭୟଙ୍କ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ। କିନ୍ତୁ ୨୦୨୦ରେ ସୌମ୍ୟଙ୍କ ସହ ତାଙ୍କ ପ୍ରେମିକା ଫ୍ରେଣ୍ଡସିପ୍ ରଖିଥିବା ଜାଣିପାରିଥିଲେ। ଆଉ କ୍ୟାରିୟର୍‌ର ଆଳ କରି ସୋନାଲିଙ୍କ ସହ ସହମତିରେ ସବୁଦିନ ପାଇଁ ସଂପର୍କ ତୁଟାଇଦେଲେ ବୋଲି କହିଛନ୍ତି। ଏବେ ଜାଣିଲେ, ସେହି ଝିଅ ପାଇଁ ଆତ୍ମହତ୍ୟା କରିଛନ୍ତି ସୌମ୍ୟ। 

ସେ ଆହୁରି କହିଛନ୍ତି ଯେ ମୁଁ ଯେତିକି ଜାଣିଛି, ସୋନାଲି ଓ ସୌମ୍ୟ ବହୁତ ଖୁସିରେ ଥିଲେ। ସୌମ୍ୟ ଆତ୍ମହତ୍ୟା କରିବେ ବୋଲି ମୁଁ କେବେବି ଭାବିନଥିଲି। ମୁଁ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ସୁଇସାଇଡ୍‌ ନୋଟ୍‌ ମୋ ନାଁ ଲେଖି ମୋତେ ଭୁଲ ମାଗିଛନ୍ତି, ସେମିତି କିଛି ହୋଇନି। ହୁଏତ ସେ ଭାବୁଥିବେ ଯେ, ସୌମ୍ୟ ଇନ୍‌ କଲେ ବୋଲି ସୋନାଲି ଓ ମୋ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇଗଲା, ତାହା ନୁହେଁ। 

Advertisment

ସେଦିନ ରାତିରେ ସୌମ୍ୟ ମୋତେ କଲ୍ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ଫୋନ୍‌ ରିସିଭ କରିପାରିନଥିଲି। ଯଦି ଫୋନ୍ ରିସିଭ୍ କରିଥାନ୍ତି ବୋଧହୁଏ ସେ ବଞ୍ଚିଯାଇଥାନ୍ତା ବୋଲି ଅଜୟ କହିଛନ୍ତି। 

Odia Glamour Youth Suicide Suspense Ollywood
Advertisment
Advertisment