Advertisment

ଲୁହାରଡ଼ ବୋଝେଇ ଟ୍ରକ୍‌ରୁ ମିଳିଲା ୩.୭୫ କ୍ୱିଣ୍ଟାଲ ଗଞ୍ଜେଇ

ଗଞ୍ଜେଇ ଚୋରା ଚାଲାଣ ନେଇ ସୋନପୁର ପୋଲିସକୁ ସୂଚନା ମିଳିବା ପରେ ପୋଲିସ କୁଂଜ ଛକରେ ଛପି ରହିଥିଲା । ଟ୍ରକ୍ ପହଞ୍ଚିବା ପରେ ତାକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ ।

author-image
Sonali Ojha
ଅଦ୍ୟତନ ହୋଇଛି
Ganja Seized From Hidden Rods In Odisha

Ganja smuggling

ଗଞ୍ଜେଇ ଚୋରା ଚାଲାଣ ବଢିବାରେ ଲାଗିଛି। ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରୁଛି ପୋଲିସ। କେତେବେଳେ ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ହେଉଛି ତ ଆଉ କେତେବେଳେ ଗଞ୍ଜି ତଳେ ଚାଲାଣ କରାଯାଉଛି। ତେବେ ଆଜି ଆଉ ଏକ ଅଭିନବ ଉପାୟରେ ଗଂଜେଇ ଚାଲାଣ ବେଳେ ଧରିଛି ପୋଲିସ।

Advertisment

ଲୁହା ରଡ୍ ତଳେ ରଖି ହେଉଥିଲା ଗଂଜେଇ ଚାଲାଣ । ପୋଲିସ ୩ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ବୌଦ୍ଧ ଜିଲ୍ଲା କଂଟାମାଳ ଅଂଚଳରୁ ଏକ ଟ୍ରକରେ ଲୁଡା ରଡ୍ ବୋଝେଇ ହୋଇଆସୁଥିଲା । ହେଲେ ଏହି ଲୁହା ରଡ୍ ତଳେ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା।

ଅଧିକ ପଢ଼ନ୍ତୁ: ଗଞ୍ଜେଇ ଚାଲାଣ କାର୍‌ରେ ବିଜେଡି ଲୋଗୋ

ଗଞ୍ଜେଇ ଚୋରା ଚାଲାଣ ନେଇ ସୋନପୁର ପୋଲିସକୁ ସୂଚନା ମିଳିବା ପରେ ପୋଲିସ କୁଂଜ ଛକରେ ଛପି ରହିଥିଲା । ଟ୍ରକ୍ ପହଞ୍ଚିବା ପରେ ତାକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଏହି ଗଂଜେଇ ଚାଲାଣ କରୁଥିବା ମଧ୍ୟପ୍ରଦେଶର ବିଜୟ ଗାୱଲେ ଏବଂ ବିନୋଦ ମାଂଝୀକୁ ପୋଲିସ ଗିରଫ କରିଛି । ଟ୍ରକରେ ଥିବା ୨୪ ଟନ ୯୬୦ କେଜି ଲୁହା ରଡକୁ ମଧ୍ୟ ଜବତ କରିଛି ପୋଲିସ ।

Advertisment

କିଛିଦିନ ତଳେ କୋରାପୁଟ ନନ୍ଦପୁରରେ ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିଲା। ନିଜ ଦେହରେ ଗଞ୍ଜେଇକୁ ଗୁଡ଼ାଇଥିଲା ଅଭିଯୁକ୍ତ। ବେଶ୍ ଚାଲାକ ସହ ସେଲୋ ଟ୍ୟାପରେ ପେଟ, ପିଠି ଏବଂ ଛାତିରେ ଗଞ୍ଜେଇକୁ ପ୍ୟାକିଂ କରିଥିଲା । ସ୍ଥାନୀୟ ବାଞ୍ଜଲାପୁଟ ବସଷ୍ଟାଣ୍ଡ୍ ନିକଟରୁ ଅନ୍ୟତ୍ର ଯିବା ବେଳେ ପୋଲିସ୍ ଅଭିଯୁକ୍ତକୁ ମାଡ଼ି ବସିଥିଲା । ଯାଞ୍ଚ ପରେ ୨୨ କିଲୋ ଗଞ୍ଜେଇକୁ ଏଭଳି ପେଟରେ ଲୁଚାଇ ନେଉଥିବା ଜଣାପଡ଼ିଥିଲା। ଅଭିଯୁକ୍ତ ଜଣକ ଛତିଶଗଡ଼ର ବୋଲି ପୋଲିସ ସୂଚନା ଦେଇଥିଲା।

ଅଧିକ ପଢ଼ନ୍ତୁ: ମଦ ଦେଲେନି ବାର୍‌ କର୍ମଚାରୀ; ରାଇଫଲ୍ ଆଣି ଗୁଳି କରିଦେଲା ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ

Ganja Seized
Advertisment
Advertisment