/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716710663.jpg)
ganja seized
ଗଞ୍ଜେଇ ଚାଲାଣ ଅଭିଯୋଗରେ ଧରାପଡ଼ିଥିବା କାର୍ ରେ ଲାଗିଛି ଶଙ୍ଖ ଲୋଗୋ। ବ୍ରହ୍ମପୁରରୁ ଧରାପଡ଼ିଥିବା ଏକ ଗଞ୍ଜେଇ ବୋଝେଇ କାର୍ରେ ବିଜେଡି ଲୋଗୋ ଲାଗିଛି। ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି କାର୍କୁ ଧରିଥିଲା। ଏଥିରୁ ୮୪ କିଲୋ ଗଞ୍ଜେଇ ଜବତ ହେବା ପରେ ଯାଞ୍ଚ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।
କାର୍ର ଆଗ ଓ ପଛରେ ବିଜେଡି ଲୋଗୋ ଲାଗିଛି। ହେଲେ ଏହି କାର୍ କାହାର ତାକୁ ନେଇ ଏବେ ତଦନ୍ତ କରାଯାଉଛି। ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ଅବକାରୀ ବିଭାଗ ଯାଞ୍ଚ କରି ଏହି ଗଞ୍ଜେଇକୁ ଜବତ କରିଛି। ୫ ଜଣ ଅଭିଯୁକ୍ତକୁ ଅଟକ ରଖି ଏବେ ତଦନ୍ତ କରୁଛି ପୋଲିସ୍। ସେପଟେ ଘଟଣାକୁ ନେଇ ଅଭିଯୁକ୍ତ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି।
ଅବକାରୀ ବିଭାଗର ସୂଚନାନୁଯାୟୀ ୨ଟି କାର୍ରୁ ଗଞ୍ଜେଇ ଜବତ ହୋଇଛି। ଗୋଟିଏରୁ ୫୦ କିଲୋ ଓ ଅନ୍ୟ ଗାଡ଼ିରୁ ୩୪ କିଲୋ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଗାଡ଼ି ସହ ଅଟକ ରହିଥିବା ଅଭିଯୁକ୍ତ କନ୍ଧମାଳ ଅଞ୍ଚଳର ବୋଲି ସୂଚନା ମିଳିଛି।
ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବଡ଼ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି। ପ୍ରତିଦିନ ଚେକିଂ ଗାଡ଼ିରୁ ପୁଳା ପୁଳା ଟଙ୍କା ଜବତ ହେଉଛି। ତେବେ ଶାସକ ଦଳର ଲୋଗୋ ଥିବା ଗାଡ଼ିରୁ ଗଞ୍ଜେଇ ଜବତ ହେବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)