• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଜ୍ବାଇଁର ବୋମା ମାଡ଼ରେ ଥରିଲା ଶ୍ବଶୁର ଘର। ସ୍ତ୍ରୀକୁ ନେବାକୁ ବାଇକରେ ଗ୍ୟାଙ୍ଗ୍‌ ନେଇ ଆସିଲା । ରାତି ଅଧରେ ବମିଂ କରି ଛିନ ଛତ୍ର କରିଦେଲା । ରାମ ନବମୀ ସକାଳୁ ନରସିଂହପୁର ଥାନା ଅନ୍ତର୍ଗତ ମୁସଲିମ ବସ୍ତିରେ ଫୁଟିଥିଲା ବୋମା । ସ୍ତ୍ରୀକୁ ନ ଛାଡ଼ିବାରୁ ରକ୍ତ ଚାଉଳ ଚୋବାଉଥିଲା ଜ୍ୱାଇଁ । ଶ୍ୱଶୁର ଘର ଲୋକଙ୍କୁ ପାନେ ଦେବା ପାଇଁ ରଚିଥିଲା ପ୍ଲାନ ଆଉ ନିଶବ୍ଦ ରାତିରେ କରିଥିଲା ଭୟଙ୍କର ଆକ୍ରମଣ।

Also Read

ଅଧିକ ପଢ଼ନ୍ତୁ: ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା, ଚଳିତ ମାସରେ ପୁନର୍ଗଠନ ହେବ ସ୍ବୟଂ ସହାୟକ ଗୋଷ୍ଠୀ

ସୂଚନାନୁସାର, ମୁସଲିମ ସାହିର ସୁଲତାନ ମହମ୍ମଦଙ୍କ ଝିଅ ସ୍ୱାଲେହା ପରବିନଙ୍କୁ ଖୋର୍ଦ୍ଧା ମକୁନ୍ଦ ପ୍ରସାଦ ଗ୍ରାମର ଅବଦୁଲ ମନସୁର ଚାରି ବର୍ଷ ତଳେ ବିବାହ କରିଥିଲେ । ତେବେ ବାହାଘର ପରେ ମଧ୍ୟ ଅବଦୁଲର ବିଭିନ୍ନ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏପରିକି ସେ ଗୋରୁ ବେପାରଠୁ ନେଇ ନିଶା କାରବାରରେ ମଧ୍ୟ ଲିପ୍ତ ଥିଲା । ଯାହାକୁ ନେଇ କିଛିଦିନ ହେବ ଅବଦୁଲ ଓ ପରବିନଙ୍କ ଭିତରେ ଝଗଡ଼ା ଲାଗୁଥିଲା । ଫଳରେ ସେ ନିଜ ବାପଘରକୁ ପଳେଇ ଆସିଥିଲେ । ଆଉ ଯେତେ ଡାକିଲେ ମଧ୍ୟ ଫେରି ନଥିଲେ । ଫଳରେ ଅବଦୁଲ ଏହି କାଣ୍ଡ ଭିଆଇଥିଲେ ।

ତେବେ ଝିଅକୁ ନ ଛାଡ଼ିଲେ ଘରେ ବୋମାମାଡ଼ କରିବ ବୋଲି ଶ୍ୱଶୁର ଘର ଲୋକଙ୍କୁ ଆଗରୁ ଧମକ ଦେଉଥିଲା ଅବଦୁଲ । ରବିବାର ବିଳମ୍ୱିତ ରାତିରେ ଅବଦୁଲ ନିଜ ତିନି ସହଯୋଗୀଙ୍କ ସହ ଦୁଇଟି ବାଇକରେ ଆସି ଶ୍ୱଶୁର ଘର ଉପରେ ଦୁଇ ବୋମା ପକାଇଥିଲେ। ଯେଉଁଥିରେ ଘରର କବାଟ, ଝରକା ସହ ବିଭିନ୍ନ ଆସବାବପତ୍ର ନଷ୍ଟ ହୋଇଛି । ତେବେ ଏନେଇ ସୁଲତାନଙ୍କ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।

ଅଭିଯୋଗ ପରେ ନରସିଂହପୁର ଥାନା ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚିଛନ୍ତି । ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ରାତି ଅଧରେ ଘର ଉପରକୁ ଏପରି ବୋମାମାଡ଼ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି ।