/odishatv-khabar/media/post_attachments/uploadimage/library/16_9/16_9_0/murder_1689577929.jpg)
murder
ଋଣ ଟଙ୍କା ପାଇଁ ବ୍ୟବସାୟୀଙ୍କୁ ନୃଶଂସ ହତ୍ୟା । ୪୫ ବର୍ଷିୟ ବ୍ୟକ୍ତିଙ୍କୁ ଆଉ କେହି ନୁହେଁ, ବରଂ ଖୋଦ ତାଙ୍କ ପୁତୁରା ହତ୍ୟା କରି ଖଣ୍ଡ ଖଣ୍ଡ କରିଦେଇଛି । ମଧ୍ୟପ୍ରଦେଶ ଗୁଣା ଜିଲ୍ଲାରେ ଏପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି । ପଲିଥିନ୍ରେ ଭର୍ତ୍ତି ଥିବା ମୃତକ ବିକେକ ବର୍ମାଙ୍କ ଖଣ୍ଡ ଖଣ୍ଡ ମୃତଦେହକୁ ଏକ ଗର୍ତ୍ତରୁ ଉଦ୍ଧାର କରାଯାଇଛି । ଗୁନା ଜିଲ୍ଲାର ଗୋପୀକୃଷ୍ଣ ସାଗର ଡ୍ୟାମ୍ ନିକଟରେ ଥିବା ଗର୍ତ୍ତରୁ ପୀଡିତଙ୍କ ମୃତଦେହ ଉଦ୍ଧାର ପରେ ଏହି ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଘଟଣାସ୍ଥଳରୁ ମୃତକଙ୍କ ମୋଟରସାଇକେଲ ମଧ୍ୟ ମିଳିଛି ।
ଅଧିକ ପଢ଼ନ୍ତୁ: ‘ଟେଡି ବିଅର’ ଫେରାଇଦେଲା ପ୍ରେମିକା; ରାଗିଯାଇ କଟୁରୀରେ ହାଣିଦେଲା ପ୍ରେମିକ
ଜୁଲାଇ ୧୨ ତାରିଖ । ବିବେକ ୯୦ ହଜାର ଋଣ ଆଦାୟ କରିବା ପାଇଁ ପୁତୁରା ମୋହିତ ପାଖକୁ ଯାଇଥିଲେ । ଅଭିଯୁକ୍ତ ଜଣେ ମେଡିକାଲ ରିପ୍ରେଜେଣ୍ଟେଟିଭ୍ ହୋଇଥିବା ବେଳେ କକାକୁ ମାରିବା ପାଇଁ ସେ ନିଜ ଭଉଣୀ ସହ ମିଶି ପୂର୍ବରୁ ଷଡ଼ଯନ୍ତ୍ର ରଚିଥିଲା । କକା ବିବେକ ପହଞ୍ଚିବା ପରେ ପ୍ରଥମେ ଅତି ଆଦରରେ ଚା’ କପେ ଦେଇଥିଲା । ଆଉ ଏଭଳି ସ୍ଥିତିରେ ବିବେକ ବା ତା’ ଯୋଜନା ସମ୍ପର୍କରେ କିପରି ବା ଜାଣିଥାଆନ୍ତେ । ନିଶା ମିଶ୍ରିତ ଚା’ ପିଇଦେବା ପରେ ସେ ଅଚେତ୍ ହୋଇଗଲେ ।
ଆଉ ତା’ପରେ କକାଙ୍କୁ ୬ ଖଣ୍ଡ କରି କାଟିଦେଲା ମୋହିତ । ହତ୍ୟା କରିବା ପରେ ବିବେକଙ୍କ ଖଣ୍ଡ ଖଣ୍ଡ ମୃତଦେହକୁ ପଲିଥିନ୍ରେ ଭର୍ତ୍ତି କରି ଗୋପୀକୃଷ୍ଣ ସାଗର ଡ୍ୟାମ୍ ନିକଟରେ ଗାତ କରି ପୋତି ଦେଇଥିଲା ।
ସେପଟେ ବିବେକ ଅନେକ ସମୟ ଧରି ନଫେରିବାରୁ ତାଙ୍କ ପରିବାର ଲୋକ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ପୀଡିତଙ୍କୁ ଖୋଜିବା ପାଇଁ ଟିମ୍ ପଠାଇଥିଲା ।
ମୋହିତଙ୍କୁ ପୋଲିସ ପଚରାଉଚରା କରିବା ପରେ ପୋଲିସ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା । ହେଲେ ବାରମ୍ବାର ପଚରାଉଚରା ପରେ ସେ ଅପରାଧ ସ୍ୱୀକାର କରିଛି । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିବେକଙ୍କ ମୃତଦେହ ଉଦ୍ଧାର କରିଥିଲା । ତାଙ୍କ ପରିବାର ସଦସ୍ୟ ମୃତ ବ୍ୟକ୍ତି ପିନ୍ଧିଥିବା ରିଙ୍ଗ ଏବଂ ହାତଗୋଡ ଦେଖି ତାଙ୍କୁ ଚିହ୍ନଟ କରିଥିଲେ । ଉଦ୍ଧାର କରିବା ପରେ ପୀଡିତଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)