• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାପା ମାଆଙ୍କୁ ହାଣିଲା ପୁଅ । ପୁଅର ଟାଙ୍ଗିଆ ଚୋଟରେ ବାପା ଓ ମାଙ୍କ ମୃତ୍ୟୁ। ଚମ୍ପୁଆ ଥାନା କାଳିକାପ୍ରସାଦ ପଂଚାୟତ ବସିରା ଗାଁରେ ଘଟିଛି ଏଭଳି ଘଟଣା l ଆଜି ସକାଳ ପ୍ରାୟ ୮ଟା ସମୟରେ କୌଣସି କାରଣ ବଶତଃ ଗୋରା ମୁଣ୍ଡା ଏବଂ ପୁଅ ଧ୍ୟାନ ମୁଣ୍ଡା ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା । ଉତ୍ୟକ୍ତ ହୋଇ ପୁଅ ଧ୍ୟାନ ମୁଣ୍ଡା ଉଭୟ ବାପା ଗୋରା ମୁଣ୍ଡା ଏବଂ ମା ପାଲି ମୁଣ୍ଡାକୁ ଟାଙ୍ଗିଆରେ ହାଣି ଦେଇଥିଲା । ଏଥିରେ ବାପା ଗୋରା ମୁଣ୍ଡାର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମା ପାଲି ମୁଣ୍ଡାକୁ ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ମାଆଙ୍କର ମୃତ୍ୟୁ ହୋଇଛି । ଚମ୍ପୁଆ ଥାନା ପୋଲିସ ପୁଅକୁ ଅଟକ ରଖି ତଦନ୍ତ ଜାରି ରଖିଛି ।