/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661518529.jpg)
Sweta Death Case
ସୌମ୍ୟଙ୍କ ମାଆଙ୍କୁ ହ୍ୱାଟସଆପରେ ଶ୍ୱେତା ଦେଇଥିବା ମେସେଜ୍ ପାର୍ଟ-୨ ଏବେ ସାମନାକୁ ଆସିଛି। ଓଟିଭି ହାତରେ ଲାଗିଛି ସେହି ମେସେଜ। ଶ୍ୱେତା ଚାହୁଁଥିଲେ ସବୁକିଛି ସେଟେଲ୍ କରିବାକୁ। ତାଙ୍କ ପଇସା ସୌମ୍ୟ ଫେରାଇ ଦିଅନ୍ତୁ। ଏଥିପାଇଁ ସେ ବାରମ୍ବାର ସୌମ୍ୟଙ୍କ ମାଆଙ୍କୁ ମେସେଜ୍ କରୁଥିଲେ।
ହ୍ୱାଟ୍ସଆପ୍ରେ ଶ୍ୱେତା ଲେଖିଛନ୍ତି ଯେ- ହଷ୍ଟେଲ୍ ଯିବା ପୂର୍ବରୁ ମୋଠୁ ବହୁତ ପଇସା ନେଇକି ଯାଇଛି। ଏବେ ଫେରାଇବା ବେଳେକୁ କହୁଛି ଦୁଇ ହଜାର ଦେବି। ତେଣୁ ଆପଣ ବାକି ଟଙ୍କା ଫେରାଇ ଦିଅନ୍ତୁ ଓ ସେଟେଲମେଣ୍ଟ କରି ଦିଅନ୍ତୁ ବୋଲି ଶ୍ୱେତା ସୌମ୍ୟଙ୍କ ମାଆଙ୍କୁ ମେସେଜ୍ କରିଛନ୍ତି।
ଏପରିକି ଯେଉଁ ଥାଳିରେ ସୌମ୍ୟ ଖାଇବେ, ସେହି ଥାଳିରେ ଶେଷରେ ଥୁକିକି ଯିବେ ବୋଲି ଏକଥା ଶ୍ୱେତା ସୌମ୍ୟଙ୍କ ମାଆଙ୍କୁ କହିଛନ୍ତି। ଖାଲି ଏତିକି ନୁହେଁ, ସୌମ୍ୟଙ୍କ ମାଆ ଜାତକ ଗେମ୍ ଖେଲିବା ବନ୍ଦ କରନ୍ତୁ। ଝିଅ ହିସାବରେ ଅନ୍ୟ ଝିଅଙ୍କ ସହ ଜାତକ ଗେମ୍ ଖେଳିବା ବନ୍ଦ କରନ୍ତୁ ବୋଲି ଲେଖିଛନ୍ତି ଶ୍ୱେତା।
ଆଉ କେତେ ଝିଅଙ୍କ ଜୀବନ ସହ ଖେଳିବ ବୋଲି ଶ୍ୱେତାଙ୍କ ମାଆଙ୍କୁ ମେସେଜ୍ରେ ପଚାରିଛନ୍ତି ଶ୍ୱେତା। ଯଦି ମୁଁ ଖରାପ ଥିଲି, ତାହାହେଲେ ବାକି ଝିଅ କଣ ଖରାପ ବୋଲି ସେ ପ୍ରଶ୍ନ କରିଛନ୍ତି।
ଗତକାଲି ବି ଶ୍ୱେତାଙ୍କ ମେସେଜ୍ ସାମ୍ନାକୁ ଆସିଥିଲା। ଯେଉଁଠି ନିଜ ସମ୍ପର୍କକୁ ନେଇ ସେ ସୌମ୍ୟଙ୍କ ମାଆଙ୍କୁ ଜଣାଇଥିଲେ। ତେବେ ଶ୍ୱେତାଙ୍କ ଏହି ମେସେଜକୁ ନେଇ କିନ୍ତୁ ପ୍ରତିକ୍ରିୟା ଦେଇନାହାନ୍ତି ସୌମ୍ୟଙ୍କ ପରିବାର କିମ୍ବା ସୌମ୍ୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)