• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀରେ IPSଙ୍କ ପରିବାର ବି ଅସୁରକ୍ଷିତ । SP ସାଗରିକା ନାଥଙ୍କ ବାପା-ମାଆଙ୍କଠାରୁ ଲୁଟ୍ । ସ୍ମାର୍ଟ ସିଟି ଭୁବନେଶ୍ୱରରେ ସାଧାରଣ ଜନତା ନୁହେଁ, ଖୋଦ୍ ଆଇପିଏସ୍‌ଙ୍କ ପରିବାର ହୋଇଛନ୍ତି ଲୁଟ୍‌ର ଶିକାର। ବାଲେଶ୍ୱର ଏସପି ସାଗରିକା ନାଥଙ୍କ ମାଆଙ୍କଠାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।

ଗତ ୧ ତାରିଖ ରାତିରେ ଖଣ୍ଡଗିରି ସ୍ଥିତ ସଂପର୍କୀୟଙ୍କ ଘରୁ ଫେରିବା ସମୟରେ ସାଗରିକାଙ୍କ ବାପା, ଗାଡ଼ି ଆଣିବାକୁ ପାଖକୁ ଯାଇଥିଲେ । ଏହି ସମୟରେ ଏକା ଅପେକ୍ଷା କରିଥିବା ତାଙ୍କ ମାଆଙ୍କୁ ଟାର୍ଗେଟ୍ କରିଥିଲେ ଲୁଟେରା । ବେକରୁ ସୁନା ଚେନ୍ ଝାମ୍ପି ଚମ୍ପଟ ମାରିଥିଲେ। ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। କଲୋନୀ ଏବଂ ଆଖପାଖର ସିସିଟିଭି ଫୁଟେଜ୍ ଯାଂଚ୍ କରି ଲୁଟେରାଙ୍କୁ ଖୋଜୁଛି ପୋଲିସ। ;

ଗତ ୩ ଦିନରେ ରାଜଧାନୀରେ ୩ଟି ଲୁଟପାଟ୍ ଓ ଛିନତାଇ ଘଟଣା ସାମ୍ନାକୁ ଆସିଲାଣି। ପ୍ରଥମେ ରାଜଧାନୀର ବ୍ୟସ୍ତବହୁଳ ବାଣୀବିହାର ଛକରେ ଳୁଟ୍‌ର ଶିକାର ହୋଇଥିଲେ ମହିଳା । ହାତରେ କିଛି ଜିନିଷ ଧରି ଚାଲି ଚାଲି ଯାଉଥିଲେ । ପଛପଟୁ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାଂପି ଫେରାର ହୋଇଯାଇଥିଲେ ଲୁଟେରା।

ଦ୍ୱିତୀୟରେ ସମାନ ଢଙ୍ଗରେ ଆଉ ଏକ ଛିନତାଇ ଘଟିଥିଲା ସହିଦ ନଗର ଅଞ୍ଚଳରେ। ଜଣେ ମହିଳା ଅଟୋକୁ ଅପେକ୍ଷା କରିଥିବା ବେଳେ ବାଇକରେ ୨ ଦୁର୍ବୁତ୍ତ ଆସି ପ୍ରଥମେ ଅପେକ୍ଷା କରିଥିଲେ । ଆଉ ସୁଯୋଗ ଦେଖି ଆଖି ପିଛୁଳାକେ ବେକରୁ ଚେନ୍ ଝାମ୍ପି ନେଉଥିଲେ ।

ଏପଟେ ବାଲେଶ୍ୱର ଏସପି ସାଗରିକା ନାଥଙ୍କ ବାପା-ମାଙ୍କ ଠାରୁ ଲୁଟ୍ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି । କହିଛନ୍ତି, ଭରତପୁର ଥାନାରେ ଏନେଇ ଅଭିଯୋଗ ହେବା ପରେ ନିଜେ ଥାନା ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଚୋରା ବାଇକ ମିଳିଛି। ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଛି । ଖୁବ ଶୀଘ୍ର ସେମାନଙ୍କୁ ଧରାଯିବ। ସେହିପରି ରାଜଧାନୀରେ ସକ୍ରିୟ ଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।

 

  • Reported by:
  • ATULYA BOUT , BIBARTAN PANDA