Advertisment

KIIT Suicide Row: କମିଟି ଆଗରେ ହାଜର ହେଲେ କିଟର ୬ ଅଧିକାରୀ, ଚାଲିଛି ପଚରାଉଚରା

KIIT ଇଣ୍ଟରନାଲ୍ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ସୁରକ୍ଷା ମୁଖ୍ୟ ପି କେ ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶିକା ସ୍ମରିକା ପତି, ସିନିୟର୍ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ରଙ୍କ ସମେତ ୬ ଜଣ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି। ଏହି ୬ ଜଣଙ୍କୁ ହାଜର ହେବାକୁ ଗତ ୨୫ ତାରିଖରେ ନୋଟିସ୍‌ ଜାରି କରାଯାଇଥିଲା ।

ଅଦ୍ୟତନ ହୋଇଛି
KIIT Officials Appear

KIIT Officials Appear

Advertisment

କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ପରେ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ ୬ ଅଧିକାରୀ । ରାଜ୍ୟ ଅତିଥି ଭବନରେ ୬ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜେରା କରାଯାଉଛି । KIIT ଇଣ୍ଟରନାଲ୍ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ସୁରକ୍ଷା ମୁଖ୍ୟ ପି କେ ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶିକା ସ୍ମରିକା ପତି, ସିନିୟର୍ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ରଙ୍କ ସମେତ ୬ ଜଣ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି। ଏହି ୬ ଜଣଙ୍କୁ ହାଜର ହେବାକୁ ଗତ ୨୫ ତାରିଖରେ ନୋଟିସ୍‌ ଜାରି କରାଯାଇଥିଲା । ୬ ଜଣଙ୍କୁ ନୋଟିସ୍‌ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଇଣ୍ଟରନାଲ୍ କମିଟି ମୁଖ୍ୟ ଇପ୍ସିତା ଶତପଥୀଙ୍କୁ କମିଟି ଗୁଡେଇତୁଡେଇ ପ୍ରଶ୍ନ ପଚାରିପାରେ । ବିଶେଷକରି ମୃତ ଛାତ୍ରୀଙ୍କ ଅଭିଯୋଗକୁ ନେଇ ତାଙ୍କୁ  ବିଭିନ୍ନ ପ୍ରଶ୍ନର ସାମନା କିରବାକୁ ପଡିପାରେ । 

Advertisment

ଗତ ୨୧ ତାରିଖରେ ଦୀର୍ଘ ଅଢେଇ ଘଣ୍ଟା ଧରି ଜେରାର ସମ୍ମୁଖୀନ ହେବା ପରେ ବାହାରକୁ ବାହାରିଥିଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । KIIT କାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଖୋଳତାଡ଼ ପରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଥିଲେ  KIIT ଅଧିକାରୀ । ଉଚ୍ଚସ୍ତରୀୟ କମିଟି ଆଗରେ କିଟ୍‌ ବିଶ୍ୱ ବିଦ୍ୟାଳୟର ଭିସି ଓ ରେଜିଷ୍ଟ୍ରାର ହାଜର ହୋଇଥିଲେ । 

ସେହିପରି ସେଦିନ ନେପାଳ ଛାତ୍ରୀଙ୍କୁ ଗାଳି ଗୁଳଜ ଓ ଧମକ ଦେଇଥିବା ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ମଧ୍ୟ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଥିଲେ । ତେବେ କିଟ୍‌ର ଏହି ସମସ୍ତ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି । ଏ ସମସ୍ତ ଅଧିକାରୀଙ୍କ ବୟାନ ରେକର୍ଡ କରାଯାଇଛି । 

Advertisment

ଅଧିକ ପଢ଼ନ୍ତୁ : ପ୍ଲେସମେଣ୍ଟ ନାଁରେ କିଟ୍‌ରେ ଯୌନଶୋଷଣ, ପୂର୍ବତନ ଛାତ୍ରୀ ଆଣିଲେ ସଂଗୀନ ଅଭିଯୋଗ

KIIT ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ ମିଳିଥିଲା। ଏହାର କିଛି ଘଣ୍ଟା ପରେ, ପୋଲିସ ତାଙ୍କ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ କରିଥିଲା ପୋଲିସ। ଅଦ୍ଭିକ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ପ୍ରକୃତି ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।

Advertisment

କ୍ୟାମ୍ପସରେ ଉପସ୍ଥିତ ନେପାଳୀ ଛାତ୍ରଛାତ୍ରୀ ଭଙ୍ଗାରୁଜା କରିଥିବା ବେଳେ କିଟ କର୍ତ୍ତୃପକ୍ଷ ମାମଲାକୁ ନିୟନ୍ତ୍ରଣ କରିବା ଆଢୁଆଳରେ ଛାତ୍ରଛାତ୍ରୀଙ୍କ ଉପରେ ବଳ ପ୍ରୟୋଗ କରିଥିଲେ। ସିକ୍ୟୁରିଟି ଗାର୍ଡ ଛାତ୍ରଛାତ୍ରୀଙ୍କୁ ମାଡ ମାରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହା ସହ କଲେଜର କର୍ମଚାରୀ ହଷ୍ଟେଲ ଅନ୍ତେବାସୀଙ୍କ ଦେଶ ବିଷୟରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ। ବଳ ପୂର୍ବକ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ କଟକରେ ଛଡା ଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଆନ୍ଦୋଳନ ଆହୁରି ବ୍ୟାପକ ହୋଇଥିଲା। 

ଅଧିକ ପଢ଼ନ୍ତୁ : କିଟ୍ ଘଟଣାରେ ପୋଲିସ କମିଶନରଙ୍କୁ ଭେଟି ପୋଲିସର ନିଷ୍କ୍ରିୟତା କଥା କହିଲା CPIM

Bhubaneswar Achyuta Samanta Appear KIIT Girl Student Death KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ